ଭିମସାରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

0 151

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ଭିମସାରରେ ଗତକାଲି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି, ଅବଶ୍ୟ ସେ ୨୨ ବର୍ଷୀୟ ଯୁବକ ଜଣକ ସମ୍ବଲପୁର ଜିଲ୍ଲା ନିବାସୀ ନ ହୋଇ ବରଗଡ଼ରୁ ଆସିଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ରାଜଘାଟଠାରେ ତାଙ୍କର ଦାହ ସଂସ୍କାର କରାଯାଇ ଏ ବିଷୟରେ ବରଗଡ଼କୁ ସୂଚିତ କରାଯାଇଛି । ଖବର ନେବାରେ ଜଣାପଡିଛି ଯେ ଗତ ୧୦ ତାରିଖ ରାତିରେ ତାଙ୍କୁ ସନ୍ଦିଗ୍ଧ କରୋନା ରୋଗୀ ଭାବେ ସେଠାରୁ ଭିମସାରକୁ ପଠାଯାଇଥିଲା ଓ ସେହି ଅନୁସାରେ ଆଇସୋଲେଶନ ୱାର୍ଡରେ ରଖାଯାଇଥିଲା । ତା\’ପରଦିନ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା ଓ ପରୀକ୍ଷାରେ ପଜିଟିଭ ଜଣା ପଡିଥିଲା । କିନ୍ତୁ ବୁଧବାର ଅପରାହ୍ନରେ ତାଙ୍କର ହଠାତ ମୃତ୍ୟୁ ଘଟିଥିଲା ଓ ଏବିଷୟରେ ତାଙ୍କ ମୂଳସ୍ଥାନ ବରଗଡ଼କୁ ସୂଚିତ କରାଯାଇଥିଲା । ସବୁ ସାବଧାନତା ସତ୍ତ୍ୱେ ଭିମସାରରେ କରୋନା ପ୍ରକୋପ ଲାଗି ରହିଛି । କାରଣ ଏଠାକୁ ଅଂଚଳର ବିଭିନ୍ନ ଜିଲ୍ଲାରୁ ରୋଗୀମାନଙ୍କୁ ଅଣାଯାଉଛି । ଏଣୁ ସଂକ୍ରମଣର ଭୟ ପିଛା ଛାଡୁନାହିଁ । ସବୁଠାରୁ ଚିନ୍ତା ର ବିଷୟ ହେଲା ଯେ ସେଠାରେ ଡାକ୍ତର ଓ ନର୍ସମାନେ କରୋନା ସଂକ୍ରମଣର ଶିକାର ହେଉ ଥିବାରୁ କାଳକ୍ରମେ ସଙ୍କଟ ଘନେଇବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

18 + two =