ବୌଦ୍ଧ,୨୩/୯- ସରକାର 60 ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୁଏ | ସେହିପରି ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଂଚାୟତର ମହୀବିଲା ଗ୍ରାମରେ l ଗ୍ରାମର ପ୍ରେମ ଝାଂକର ନାମକ ଜଣେ 65 ବର୍ଷୀୟ ବୃଦ୍ଧା ବାର୍ଦ୍ଧକ୍ୟ ଭତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି | ବାର୍ଦ୍ଧକ୍ୟ ଭତ୍ତା ପାଇଁ ଗ୍ରାମ ପଂଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁନ ଥିବା ସେ ପ୍ରକାଶ କରିଛନ୍ତି | ବୃଦ୍ଧାବସ୍ଥାରେ ଜଙ୍ଗଲରୁ ଜଂଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଥିବା ପ୍ରେମକୁ ତୁରନ୍ତ ଭତ୍ତା ଯୋଗାଇ ଦେବା ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି l