ଲୁହା ଚକଲଗା ଟ୍ରାକ୍ଟର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ

0 581

ଜହ୍ନାପଙ୍କ: ସରକାର ରାସ୍ତାର ଉନ୍ନତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାସ୍ତାର ସ୍ଥାୟିତ୍ୱ ପାଇଁ ଧ୍ୟାନ ଦେଉନାହାନ୍ତି । ଯାହାଫଳରେ ଅଳ୍ପଦିନ ମଧ୍ୟରେ ଏହି ରାସ୍ତା ଶୋଚନୀୟ ହୋଇପଡୁଛି । ସୂଚନାଯୋଗ୍ୟ, ବର୍ତ୍ତମାନ ଜହ୍ନାପଙ୍କ ଅଞ୍ଚଳରେ ଖରିଫ୍ ଚାଷ ପାଇଁ ଚାଷୀ ଜୋରସୋରରେ ପ୍ରସ୍ତୁତି ଚଳାଇଛି । ଅଞ୍ଚଳର ପ୍ରାୟ ୯୦ ପ୍ରତିଶତ ଚାଷୀ ଟ୍ରାକ୍ଟର ଓ ପାୱାର ଟିଲରରେ ଚାଷ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଅଞ୍ଚଳର ପିଚୁ ହୋଇଥିବା ମୁଖ୍ୟ ରାସ୍ତାଗୁଡ଼ିକ ହେଲା, ଜହ୍ନାପଙ୍କ-ଜଗତୀ, ଚନ୍ଦ୍ରପୁର- ତେଲିବନ୍ଧ, ତେଲିବନ୍ଧ-ମୁଣ୍ଡାପଡ଼ା, ତେଲିବନ୍ଧ-ଧୁଡୁରୁବାହାଲ- ବୁଢ଼ିପଦର, ଖୁଣ୍ଟବନ୍ଧ- ଚଣ୍ଡିଗଡ଼, ଖୁଣ୍ଟବନ୍ଧ-ଚରଦା, ପଦ୍ମନପୁର- ମଧୁପୁର-ଗୋବିନ୍ଦପୁର, ଜହ୍ନାପଙ୍କ- ଖମାରିପଡ଼ା ଆଦି ରାସ୍ତାରେ ଲୁହାର ଚକ ଲଗା ଟ୍ରାକ୍ଟର ଓ ପାୱାର ଟିଲର ଗଲାବେଳେ ପିଚୁ ଉପୁଡିବା ସହିତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି । ଏ ନେଇ ବିଭାଗ ପକ୍ଷରୁ ରାସ୍ତାରେ କେବଳ ଲୁହା ଚକ ଲଗା ଟ୍ରାକ୍ଟର ଚଳାଇବା ନିଷେଧ ଲେଖିଦେଇ ନିଜ କର୍ତ୍ତବ୍ୟ ସାରି ଦେଉଥିବା ବେଳେ ଏହି ଲେଖାକୁ ଦେଖି ଟ୍ରାକ୍ଟର ମାଲିକମାନେ “କାଉ ଡରାଣୀଙ୍କୁ କୁସାରିକାଣ୍ଡ’ ବୋଲି ଆଲୋଚନା କରୁଛନ୍ତି । ରାସ୍ତାରେ ଲୁହା ଚକଲଗା ଟ୍ରାକ୍ଟର ଚଳାଇଲେ ଛଅ ମାସ ଜେଲ କିମ୍ବା ୨୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ଅଛି । ହେଲେ ଏ ଅଞ୍ଚଳରେ ଚାଲୁଥିବା ଟ୍ରାକ୍ଟର ମାଲିକମାନେ କେବେ ଜୋରିମାନେ ଦେଉନଥିବାରୁ ବିନ୍ଦାସରେ ଚଳାଚଳ କରୁଛନ୍ତି । ବର୍ତ୍ତମାନ ଚାଷ କାର୍ଯ୍ୟ ଜୋରସୋରରେ ଚାଲୁଥିବାରୁ ଦୈନିକ ଏହି ରାସ୍ତାଗୁଡ଼ିକରେ ବିଭାଗୀୟ ପକ୍ଷରୁ ଦୈନିକ ଯାଞ୍ଚ୍ କଡ଼ାକଡ଼ି କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

4 + eighteen =