କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା

0 76

ରାଉରକେଲା : ଦିନ ରାତି ଯାତ୍ରୀଙ୍କ ଭିଡ ଓ କୋଳାହଳରେ ଫାଟି ପଡୁଥିବା ଷ୍ଟେସନର ପ୍ଲାଟଫର୍ମ ଏବେ ଖାଁ ଖାଁ । କେବଳ ହାତଗଣତି କେଇଜଣ ରେଳ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି । ଏସବୁ ଭିତରେ ଷ୍ଟେସନରେ ରାତି ଦିନ ଝାଳବୁହା ପରିଶ୍ରମ କରୁଥିବା କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା । ଟ୍ରେନ ଚଳାଚଳ ବନ୍ଦ ଥିବାରୁ ଏମାନଙ୍କ ଜୀବନଜୀବିକା ଦୁର୍ବିସହ ହୋଇପଡିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ରୁ ଅଧିକ କୁଲି ହାତ ବାନ୍ଧି ବସିଛନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୧୦୦ କୁଲି ପରିବାର ସହ ନିଜ ରାଜ୍ୟ ବିହାର ଓ ଉତ୍ତର ପ୍ରଦେଶକୁ ଚାଲିଯାଇଛନ୍ତି । ଅନ୍ୟ ୫୦ ଜଣ ଲକ୍ଡାଉନ୍ ପରେ ଗାଁକୁ ନଯାଇ ଫସି ରହିଛନ୍ତି । ରୋଜଗାର ଆଶାରେ ଦୈନନ୍ଦିନ ରାଉରକେଲା ଷ୍ଟେସନରେ ମାଲ୍ ଗାଡିକୁ ଚାତକ ପରି ଚାହିଁ ରହୁଛନ୍ତି । ମାଲ୍ ଗାଡି ଆସିବ, ଦି ପଇସା ରୋଜଗାର ହେବ, ଏମିତି ଆଶା ନେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା କୁଲିଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡୁଛି । ଆଗକୁ ଟ୍ରେନ ଚଳାଚଳ ନେଇ ଅନିଶ୍ଚିତତା ଥବାରୁ ଏମାନଙ୍କ ଭବିଷ୍ୟତ କଣ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘର ଭଡା, ରାସନ ଚିନ୍ତା ଏମାନଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି । ଏଭଳି କଠିନ ସମୟରେ ରେଳବାଇ ସହାୟତାର ହାତ ବଢାଇବାକୁ ସେମାନେ କେନ୍ଦ୍ର ସରକାରଙ୍କୁ ଗୁହାରି ଜଣାଇଛନ୍ତି । ପ୍ରାୟ ୧୦୦ କୁଲି ପରିବାର ନିଜ ନିଜ ଗାଁକୁ ଚାଲିଯାଇଥିବା ବେଳେ ଅନ୍ୟ ଯେଉଁମାନେ ରହିଛନ୍ତି ସେମାନେ ଦିନକୁ ଦୁଇବେଳା ଖାଇବାକୁ ପାଉ ନାହାନ୍ତି । କେତେବେଳେ ଘର ମାଲିକ ଭଡା ଦେବାକୁ ଜୁଲୁମ କରୁଛି ତ ପୁଣି କେତେବେଳେ ରାସନ ଦୋକାନ ବାକି ସୁଝିବାକୁ ଧମକ ଦେଉଛି । ଏଭଳି ସ୍ଥିତିରେ ସରକାର କିମ୍ବା ରେଳବାଇ ଆମ ଦୁଃଖ ନ ଶୁଣିଲେ ଆମେ ମଧ୍ୟ ନିଜ ଗାଁକୁ ଚାଲିଯିବୁ ବୋଲି କୋହଭରା କଣ୍ଠରେ ଏହି କୁଲିମାନେ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × five =