ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ୱିଙ୍ଗର୍

0 2,262

hiring

ବୌଦ୍ଧ / ବlଉଁଶୁଣି,୨୩/୧୧- ଆଜି ସନ୍ଧ୍ୟା ପ୍ରାୟ ଘ 5. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ୱିଙ୍ଗର୍ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମ ପଞ୍ଚାୟତ ଖଜୁରିଆ ଗ୍ରାମରୁ ଯାତ୍ରୀ ନେଇ ବରଗଡ ଜିଲ୍ଲା ବରପାଲି ଅଭିମୁଖେ ଗୋଟିଏ ୱିଙ୍ଗର୍ ଓଡ଼ି 17 ଆର 8358 ଯାଉଥିଲା l ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ପେଟ୍ରୋଲ୍ ପମ୍ପ ନିକଟରେ ଗାଡି ଆଗରେ ଯାଉଥିବା ଗୋଟିଏ ବାଇକ ହଠାତ୍ ତେଲ ପକାଇବା ପାଇଁ ବାମ ପାର୍ଶ୍ୱରୁ ଡାହାଣକୁ କାଟି ଦେବାରୁ ତାକୁ ବଞ୍ଚାଇବା ପାଇଁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଗାଡି ରାସ୍ତା ତଳକୁ ଖସି ପଡିଥିଲା l ବାଇକ ଚାଳକ ଏକ ଆକସ୍ମିକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି l ଉକ୍ତ ସ୍ଥାନରେ ନିୟମିତ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି l ସେଥିପାଇଁ ଜାତୀୟ ରାଜପଥ ବିଭାଗ ଏ ସ୍ଥାନରେ ହମ୍ପସ୍ ନିର୍ମାଣ କରିବାକୁ ନାଗରିକ କମିଟି ଦାବି କରିଛି |

hiranchal ad1
Leave A Reply

Your email address will not be published.

nineteen − 2 =