ବୌଦ୍ଧ,୧୧/୧୦ – ରାସ୍ତା ବାଟର ଉନ୍ନତ୍ତି କରଣ କାର୍ଯ୍ୟ ପାଇଁ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାର ମାନେ ମିଳିମିଶି ଯୋଜନାକୁ କିଭଳି ବାଟବଣା କରୁଛନ୍ତି ତାହା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମ ପଂଚାୟତର ଛେଳିବାହାଲ୍ ଗ୍ରାମରେ l ବୌଦ୍ଧ ପଂଚାୟତ ସମିତି ତରଫରୁ ଚତୁର୍ଦ୍ଦଶ ଅର୍ଥ କମିସନ୍ ଅନୁଦାନରେ ଛେଳି ବାହାଲ୍ ଗ୍ରାମ ନୂଆସାହି ର କଂକରିଟ ରାସ୍ତା ଗତ 3 ମାସ ତଳେ ନିର୍ମାଣ କରାଯାଇଥିଲା | ମାତ୍ର ଦୁଃଖର କଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ରାସ୍ତା ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି l ରାସ୍ତା ଉପରୁ ସିମେଣ୍ଟ ଧୋଇ ହୋଇ କଂକ୍ରିଟ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏ ସମ୍ପର୍କରେ ତଦନ୍ତ କରି ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିବା ସହ ରାସ୍ତା ପୁନଃନିର୍ମାଣ କରାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି |