ଲୋକଙ୍କ କାମରେ ଆସୁନି ବଘିଆପଡାପାନୀୟ ଜଳ ପ୍ରକଳ୍ପ !

0 451

ବୌଦ୍ଧ,୨୧/୧୦- ବୌଦ୍ଧ ବ୍ଲକ୍ ବଘିଆପଡା ଠାରେ ପ୍ରାୟ 80 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପାନୀୟ ଜଳ ଯୋଗାଣ ପ୍ରକଳ୍ପ l ପ୍ରକଳ୍ପ କାମ ସରିଲେ ବଘିଆପଡା ଗ୍ରାମରେ ପାନୀୟ ଜଳ ସଂକଟ ଆଉ ରହିବ ନାହିଁ ବୋଲି ଗ୍ରାମବାସୀ ଆଶା ରଖିଥିଲେ ମାତ୍ର ଫଳ ହେଲା ଓଲଟା l ପରିଚାଳନାଗତ ତ୍ରୁଟି ଓ ପଂଚାୟତ କର୍ତ୍ତୃପକ୍ଷ ନିଜ ମୁଣ୍ଡକୁ ଦାୟିତ୍ବ ନେବାକୁ ଚାହୁଁ ନଥିବାରୁ ଲୋକେ ନିୟମିତ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୁଏ | ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦିନଠାରୁ କେବେ ମଧ୍ୟ ଗୋଟିଏ ମାସ ନିୟମିତ ଜଳ ଯୋଗାଣ ସମ୍ଭବ ହୋଇ ପାରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି | ବର୍ତ୍ତମାନ ପ୍ରାୟ ଦୁଇ ମାସ ଧରି ଜଳ ଯୋଗାଣ ବନ୍ଦ ରହିଛି | ଘରକୁ ପାଣି ପାଇପ ସଂଯୋଗ ନେଇଥିବା ପରିବାର ମାନେ ନିୟମିତ ତାଂକର ଦେୟ କମିଟି ଜରିଆରେ ଗ୍ରାମ ପଞ୍ଚାୟତରେ ଦେଉ ଥିଲେ ମଧ୍ୟ ସେମାନେ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି | ଅପର ପକ୍ଷରେ ବିଦ୍ୟୁତ୍ ଚାଳିତ ମୋଟର ଖରାପ ଥିବା ଓ ଲୋକେ ମାସିକ ବିଲ୍ ବାନ୍ଧୁ ନଥିବା ଯୋଗୁଁ ମରାମତି ହେଉନଥିବା ପଞ୍ଚାୟତ କର୍ତ୍ତୃପକ୍ଷ କହୁଥିବା ଶୁଣାଯାଏ l
ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ମାନ ନିର୍ମାଣ କରୁଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସୁ ନଥିବା ଦୁଃଖର ବିଷୟ l ଏ ଦିଗରେ ପଞ୍ଚାୟତିରାଜ୍ ଓ ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି l

hiranchal ad1
Leave A Reply

Your email address will not be published.

two × two =