ହଜିବାକୁ ବସିଲାଣି ହଳ ଲଙ୍ଗଳ

0 102

ଚଳିତ ବର୍ଷ ମୌସୁମୀ ଆଗମନପରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି।ହେଲେ ଚାଷୀ ପାଖରେ ହଳ ବଳଦ ନ ଥିବା ଯୋଗୁଁ ଯନ୍ତ୍ର ଚଳିତ ଲଙ୍ଗଳ ଉପରେ ନିର୍ଭର କରି ପ୍ରାୟ ସମସ୍ତ ଚାଷୀ ଚାଷ କରୁଛନ୍ତି।ଆଗରୁ ଚାଷୀ ନିକଟରେ ହଳ ଲଙ୍ଗଳ ଜୁଆଳି ଶଗଡ଼ ପ୍ରଭୃତି ନିଶ୍ଚିତ ଭାବେ ରହୁଥିଲା ଫଳତଃ ସମୟ ଅନୁସାରେ ଚାଷ କାମ ଆରମ୍ଭ ହୋଇ ପାରୁଥିଲା।ମାତ୍ର ଏବେ ଅଧିକାଂଶଚାଷୀଙ୍କନିକଟରେ ବଳଦ ନାହିଁ ସେମାନେ ଚାଷ ପାଇଁ ଟ୍ରାକ୍ଟର ପାୱାରଟ୍ରିଲର ପରି ଯନ୍ତ୍ର ବହୁଳ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି।କିଛି ଚାଷୀଙ୍କ ପାଖରେ ହଳବଳଦ ରହିଥିଲେ ମଧ୍ୟ ତଳି ସଜାଡ଼ି ବା ସକାଶେ ଡାକିଲେ କିମ୍ବା ହଳ କରିବା କୁ ଡାକିଲେ କ୍ଷୁଦ୍ର ଚାଷୀକୁ ଶୋଷଣ କରୁଛନ୍ତି।1000 ରୁ ଉର୍ଦ୍ଧ୍ବ ମାଗୁଥିବାରୁ କ୍ଷୁଦ୍ରଚାଷୀ ଚାଷ କରିବା ସକାଶେ ବିମୁଖ ହେଉଛନ୍ତି।ସେହି ଭଳି ଟ୍ରାକ୍ଟର ସାହାଯ୍ୟରେ ଚାଷ କଲେ କ୍ଷୁଦ୍ରଚାଷୀକୁ ଟ୍ରାକ୍ଟର ମାଲିକ ଅଧିକା ଟଙ୍କା ମାଗି ଶୋଷଣ କରନ୍ତି ଯାହା ଫଳରେ କ୍ଷୁଦ୍ର ଚାଷୀ ଚାଷ କରିନ ପାରି ଭାଗ ଚାଷକୁ ଦେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇ ଥାନ୍ତି।ଏପଟେଶ୍ରମିକ ତାର ମଜୁରୀ ଚାଷ କାମରେ ଅଧିକା ଶୋଷଣ କରୁଥିବା ରୁ କ୍ଷୁଦ୍ର ଚାଷୀଟିଏ ଚାଷ କରିବାକଷ୍ଟକରହୋଇପଡିଛି ଚାଷୀ ବିନିଯୋଗ କରିଥିବା ଅର୍ଥ ମଧ୍ୟବାହାରୁ ନାହିଁ ଏବଂ ଧାନ ଦରବୃଦ୍ଧି ନ ହେଉ ଥିବାରୁ କ୍ଷୁଦ୍ର ଚାଷୀଟି ଆଣିଥିବା ବ୍ୟାଙ୍କ ଲୋନ ସୁଜି ନପାରି ଚାଷ କରିବା କଷ୍ଟକର ହୋଇପଡ଼ିଛି। କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗ ପୋକ ଦାଉରୁ କ୍ଷେତ ଉଜୁଡି ଯାଉଛି।ବର୍ତ୍ତମାନ ସମୟରେ କ୍ଷୁଦ୍ର ଚାଷୀଟି ଚାଷ କରିବା କଷ୍ଟକର ହୋଇପଡ଼ିଛି।

hiranchal ad1
Leave A Reply

Your email address will not be published.

17 − 5 =