ପ୍ରେମ ଜନିତ ହତ୍ୟା ଅଭିଯୋଗ, ଯୁବକର ମୃତ ଦେହ ଉଦ୍ଧାର

0 328


କଣ୍ଟାବାଞ୍ଜି ,୯/୧୦- କଣ୍ଟାବାଞ୍ଜି ନିକଟସ୍ଥ କୁକୁଡ଼ା ହାଡ ଗାଁ କୁ ଅତିକ୍ରମ କରୁଥିବା ରେଳ ଟ୍ରାକରୁ ଯୁବକର ମୃତଦେହ ଉଦ୍ଧାର କରିଛନ୍ତି କଣ୍ଟାବାଞ୍ଜି ଜି. ଆର. ପି ଏସ. ଆଇ ମୋହନ ନାୟକ, ମୃତ ଦେହ କ୍ଷତବୀକ୍ଷତ ହେଇଥିବା ଯୋଗୁଁ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । କଣ୍ଟାବାଞ୍ଜି 11 ନମ୍ବର ୱାର୍ଡ଼ ରାମ ନଗର ପଡା ର ଆନନ୍ଦ ତାଣ୍ଡି ବୋଲିଚିହ୍ନିତ ହୋଇଛନ୍ତି ମୃତକ । ସୂଚନା କ୍ରମେ କୁକୁଡ଼ା ହାଡର ଜଣେ ଝିଅ ସହ ପ୍ରେମ ସମ୍ପର୍କ ଗଢିଥିଲା । ଗତ ବୁଧବାର ଦିନ ସେହି ଝିଅକୁ ନେଇ ପଳାଇଥିଲେ ଆନନ୍ଦ ।ସିଦ୍ଧିକେଳାରେ ରହି ଥିବା ସମୟ ରେ ଫୋନ ମାଧ୍ୟମ ରେ ପରିବାର ସହ କଥା ହେଇ ଘର କୁ ଫେରିବା ପାଇଁ କହିଥିଲେ, କିନ୍ତୁ ଆଜି ସକାଳେ ତାଙ୍କ ମୃତ ଦେହ କ୍ଷତ ବିକ୍ଷତ ଅବସ୍ଥା ରେ ରେଳ ଟ୍ରାକ ନିକଟରେ ମିଳିଛି ଯାହାକୁ ନେଇସାନ ଭାଇ ବସନ୍ତ ତାଣ୍ଡି ଓ ବଡ଼ ଭାଇ ସୁନୀଲ ତାଣ୍ଡି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l

hiranchal ad1
Leave A Reply

Your email address will not be published.

eleven − 9 =