ଜଳସଙ୍କଟ ନେଇ ରାସ୍ତାରୋକ

0 102

ସମ୍ବଲପୁର :ପୂର୍ବବର୍ଷମାନଙ୍କ ପରି ଏବର୍ଷ ମଧ୍ୟ ଗ୍ରୀଷ୍ମ ଋତୁରେ ସମ୍ବଲପୁର ନଗରର ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ସମସ୍ୟା ଲାଗି ରହିଛି । ଏହି ମର୍ମରେ ଅଞ୍ଚଳର ଜଳକଷ୍ଟ ସମସ୍ୟା କୁ ନେଇ ଗତକାଲି ସ୍ଥାନୀୟ ରାମଜୀ ମନ୍ଦିର ଛକରେ ଜନସାଧାରଣଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା । ଏହା ପୂର୍ବରୁ ଗତ ୧୧ ତାରିଖ ଦିନ ଭାଜପା ମହାନଦୀ ମଣ୍ଡଳ ପକ୍ଷରୁ ସମ୍ବଲପୁର ଜନସ୍ଵାସ୍ଥ୍ୟ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଏବାବଦରେ ଦାବିପତ୍ର ପ୍ରଦାନ କରା ଯାଇଥିଲା । ସେତେବେଳେ ଚେତାବନୀ ଦିଆ ଯାଇଥିଲା ଯେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ । ଇତି ମଧ୍ୟରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେଠାରେ ଜଳକଷ୍ଟ ସମସ୍ୟା ଜାରି ରହିଛି । ଏଣୁ କମଲିବଜ଼ାର ରାମଜୀ ମନ୍ଦିର ନିକଟରେ ଉତ୍ୟକ୍ତ ସ୍ଥାନୀୟ ଜନସାଧାରଣ ରାସ୍ତାରୋକୋ କରିଥିଲେ । ସୂଚନା ପାଇ ଜନସ୍ଵାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ରୀଦେହୁରୀ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରିଥିଲେ । ବିଭାଗ ପକ୍ଷରୁ ସାତଦିନ ଭିତରେ ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀ ରାସ୍ତାରୋକରୁ ଓହରିଥିଲେ । ସମ୍ବଲପୁର ଭାଜପା ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତଙ୍କ ନେତୃତ୍ୱରେ ଏହି ରାସ୍ତା ରୋକୋରେ ପାର୍ଟିର ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ସୁବ୍ରତ ପାଣିଗ୍ରାହୀ, ବିକ୍ରାନ୍ତ ଶର୍ମା, ବଣ୍ଟି ପୁରୋହିତ, ସୁଧାଂଶୁ ବେହେରା, ରାଜା ବଡ଼ପଣ୍ଡା, ଦଧିବାବନ ପଣ୍ଡା, ରମେଶ ପୁରୋହିତ, କଳ୍ପେଶ୍ଵର ପ୍ରଧାନ, ବିଜୟଲଷ୍ମୀ ଜେନା, ଫୁଲ ସ୍ୱାଇଁ, ସୀତାକାନ୍ତି ମେସୁଆ, ଉର୍ମିଳା ଶର୍ମା, କମଳା ସାହୁ, ମାନଭଞ୍ଜନ ପାଣିଗ୍ରାହୀ, ସୁନୀଲ ମହାରଣା, ଅଜୟ ବିଶ୍ଵକର୍ମା, ଶୈଳ ମହାରଣା ଓ ପିଙ୍କି ବିଶ୍ଵକର୍ମା ପ୍ରମୁଖ ସାମିଲ ରହିଥିଲେ

hiranchal ad1
Leave A Reply

Your email address will not be published.

8 − six =