ବଲାଙ୍ଗୀରକୁ କରୋନାର ଗୋଦାମ କରାନଯାଉ : ବିଧାୟକ, ସାଂସଦ ହସ୍ତକ୍ଷେପ କରନ୍ତୁ

0 140

ବଲାଙ୍ଗୀର : ଲିଖରିଆରେ ୨ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେବା ପୂର୍ବରୁ ବଲାଙ୍ଗୀର ଏକ କରୋନା ମୁକ୍ତ ଅଞ୍ଚଳ ଥିଲା । କିନ୍ତୁ ବର୍ତ୍ତମାନ ଯାଏ ୬ଜଣ କରୋନା ଆକ୍ରାନ୍ତ ରୋଗୀ ଏହିଜିଲ୍ଲାରେ ଚିହ୍ନଟ ହୋଇଥିବା ସମ୍ବାଦ ବଲାଙ୍ଗୀରରେ କୋକୁଆ ଭୟ ସୃଷ୍ଟି କରିଛି । ଯାହା ଜଣାପଡେ ଆକ୍ରାନ୍ତ ୬ଜଣ ଯାକ ସମସ୍ତେ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ ଅଟନ୍ତି । ଅନ୍ୟରାଜ୍ୟକୁ କାମ ଅନ୍ୱେଷଣରେ ଯାଇଥିବା ଦାଦନ ଶ୍ରମିକ ଓ ଅନ୍ୟ ଶ୍ରମିକ ନିଜ ଅଞ୍ଚଳକୁ ଫେରିଆସିବା ଏକ ମାନବିକ ଆବଶ୍ୟକତା ଅଟେ । ବାସ୍ତବରେ ଲକଡାଉନ ଘୋଷିତ ହେବା ପୂର୍ବରୁ ଏ ଶ୍ରମିକମାନଙ୍କ କଥା ଚିନ୍ତା କରିବାର ଆବଶ୍ୟକତା ଥିଲା । କିନ୍ତୁ ବିଳମ୍ବରେ ହେଉମଧ୍ୟ ଏମାନଙ୍କୁ ଫେରେଇ ଆଣିବାର ବ୍ୟବସ୍ଥା ହେବାଟା ଏକ ଉଚିତ ପଦକ୍ଷେପ । କିନ୍ତୁ ବିଳମ୍ବରେ ହେଉମଧ୍ୟ ଏମାନଙ୍କୁ ଫେରେଇ ଆଣିବାର ବ୍ୟବସ୍ଥା ହେବାଟା ଏକ ଉଚିତ ପଦକ୍ଷେପ । କିନ୍ତୁ ଏଠାରେ ଏକ ସନ୍ଦେହ ସୃଷ୍ଟିହୁଏ ଯେ ସାରା ଓଡିଶାର ପ୍ରବାସୀ ଶ୍ରମିକମାନଙ୍କୁ କାହିଁକି ଆଣି ବଲାଙ୍ଗୀର ରେଳ ଷ୍ଟେସନରେ ଓହ୍ଲାଇ ସେମାନଙ୍କ ଅଞ୍ଚଳକୁ ପୁଣି ଫେରାଇ ନିଆଯାଉଛି ଏବଂ କାହିଁକି ବାଲେଶ୍ୱର, ଭଦ୍ରକ ତଥା ଉପକୂଳ ଓଡିଶା ତଥା ଦୂରଦୂରାନ୍ତର ଶ୍ରମିକମାନଙ୍କୁ ବଲାଙ୍ଗିର ଆଣି ଏଠାରୁ ପୁଣି ବସ୍ ଯୋଗେ ପୁଣି ତାଙ୍କ ଜିଲ୍ଲାମାନଙ୍କୁ ଫେରାଯାଉଛି ଏବଂ କାହିଁକି ସେମାନଙ୍କୁ ଏତେ ଖର୍ଚ୍ଚକରି ଏଠାରୁ ପୁଣି ସ୍ଥାନାନ୍ତରିତ କରାଯାଉଛି । ଏଭଳି କରିବା ଦ୍ୱାରା ସରକାରଙ୍କ ଅନେକ ଅର୍ଥ ଶ୍ରାଦ୍ଧ ହେବାସହ ବଲାଙ୍ଗିର ସହର ମଧ୍ୟ ବିପଦାପନ୍ନ ହୋଇପଡିଛି । ନିରନ୍ତର କର୍ଫ୍ୟୁ ଘୋଷଣା କରିବାଦ୍ୱାରା ବଲାଙ୍ଗିରର ଜନସାଧାରଣ ହଇରାଣ ହରକତ ହେବାସହ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତି ବିଶ୍ୱାସ ଓ ସମ୍ମାନ କମିଯାଉଥିବାର ଅନୁମାନ ହେଉଛି । ବଲାଙ୍ଗିର ରେଲୱେଷ୍ଟେସନ ଏକ ଗହଳି ଓ ଜନବସତିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ । ରାଜ୍ୟରେ ତଥା ଏହି ଅଞ୍ଚଳରେ ଏଭଳି ଅନେକ ରେଲୱେଷ୍ଟେସନ ଅଛି ଯାହାକି ଜନବସତିରୁ ବହୁ ଦୂରରେ ଅବସ୍ଥିତ । ତେଣୁ ପ୍ରବାସୀ ଶ୍ରମିକମାନଙ୍କୁ ଅଣାଯାଉଥିବା ଟ୍ରେନଗୁଡିକ ବଲାଙ୍ଗିର ରେଲୱେଷ୍ଟେସନରେ ନଅଟକି ସେସବୁ ଜାଗାରେ ଅଟକିଲେ କାହାରି ବିଶେଷ କ୍ଷତି ହୁଅନ୍ତା ନାହିଁ । ଅନ୍ୟପକ୍ଷରେ ସହରରେ ଜନଗହଳିପୂର୍ଣ୍ଣ ଅଞ୍ଚଳମାନଙ୍କରେ କ୍ୱାରେଣ୍ଟାଇନ ସେଣ୍ଟରମାନ ଖୋଲିବାଦ୍ୱାରା ଜନସାଧାରଣ ବିଦର ସମ୍ମୁଖୀନ ହେଉଛନ୍ତି । କାରଣ ଦେଖିବାକୁ ମିଳୁଛି ଯେ କ୍ୱାରେଣ୍ଟାଇନରେ ଥିବା ଲୋକମାନେ ବିଭିନ୍ନ ରାସ୍ତା ଓ ଛକରେ ବୁଲୁଛନ୍ତି ଏଭଳି କି ଅନେକ କ୍ୱାରେଣ୍ଟାଇନ ସେଣ୍ଟରକୁ ବସ୍‌ସବୁ ପହଞ୍ଚିଲା ବେଳକୁ ସେଠାରେ କେହି ସରକାରୀ ଅଧିକାରୀ ନଥିବାରୁ ପ୍ରବାସୀ ମଜଦୁରମାନେ ବସ୍‌ରୁ ଓହ୍ଲାଇ ଦୋକାନ ଦୋକାନ ବୁଲୁଛନ୍ତି । କିଛି ସ୍ଥାନରେ ବସ୍‌ରୁ ପ୍ରବାସୀ ମଜଦୁରମାନେ ଚା ପିଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ଅବ୍ୟବସ୍ଥା ଯୋଗୁଁ ବଲାଙ୍ଗିରର ଜନସାଧାରଣଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଏସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଜନଗହଳିପୂର୍ଣ୍ଣ ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର ନକରି ଯଦି ଅନ୍ୟତ୍ର ବ୍ୟବସ୍ଥା କରାଯାଆନ୍ତା ତାହାଲେ ଏକ ବଡ ବିପଦରୁ ସହରକୁ ରକ୍ଷା କରାଯାଇପାରନ୍ତା । ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ, ବଲାଙ୍ଗୀର ସାଂସଦ ଓ ବିଧାୟକ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − two =