ଭିମସାରର ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଯାଉଛି: ୧୮ଜଣ ଡାକ୍ତରଙ୍କ ସହିତ ୩୯ଜଣ ସଙ୍ଗରୋଧରେ

0 133

ସମ୍ବଲପୁର: ସମଗ୍ର ପଶ୍ଚିମାଞ୍ଚଳରେ ବଡ଼ ହସ୍ପିଟାଲ ରୂପେ ପରିଚିତ ଭିମସାରର ସ୍ଥିତି ପୁଣି ସଙ୍କଟାପନ୍ନ ଆଡ଼କୁ ଯାଉଛି, କାରଣ ଗତକାଲି ପର୍ଯ୍ୟନ୍ତ ସେଠାକାର ୩୯ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି ଓ ସେମାନଙ୍କ ମଧ୍ୟରେ ୧୮ ଜଣ ଡାକ୍ତର ରହିଛନ୍ତି । ଭିମସାର ଉପରେ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ଆଶ୍ରିତ ରହୁଥିବାରୁ ଏଠାକୁ ବିଭିନ୍ନ ପ୍ରକାର ରୋଗୀ ଆସିବା ସ୍ୱାଭାବିକ ଓ ସେହି ଅନୁସାରେ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଏଣୁ ସେଠାରେ ରୋଗୀଙ୍କ ସେବାରେ ନିଯୁକ୍ତ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କଙ୍କ ସୁରକ୍ଷା ନିମନ୍ତେ ଉଚିତ ବ୍ୟବସ୍ଥା ପାଇଁ ଏସଓପି ରଖାଯାଇଛି । କିନ୍ତୁ ଏହାର ସୁପରିଚାଳନା ହେଉ ନ ଥିବାରୁ ସେଠାରେ ବାରମ୍ବାର ସ୍ଥିତି ବିପନ୍ନ ହେଉଛି ବୋଲି ଆଶଙ୍କା ରହିଛି । ଏତେ ବଡ଼ ହସ୍ପିଟାଲରେ ଯଦି ଢିଲା ପରିଚାଳନା ରହିଥାଏ, ତାହେଲେ ସେଠାରେ ବାରମ୍ବାର ସଂକ୍ରମଣ ବ୍ୟାପିବା ପରି ଅଘଟଣ ହେବ ଓ ସେଠାକାର ସୁରକ୍ଷା ଉପରେ ପ୍ରଶ୍ନଚିହ୍ନ ହେବ, ଏଥିରେ ଦ୍ୱିମତ ନାହିଁ । ଏପରି ସ୍ଥିତି ବାରମ୍ବାର ପୁନରାବୃତ୍ତି ଯୋଗୁଁ ଭିମସାର ବିଶ୍ୱସନୀୟତା ହାନି ହେଉଛି, ଏହା ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ।

hiranchal ad1
Leave A Reply

Your email address will not be published.

seven + eighteen =