ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପାହାଡରୁ ଝରୁନି ପାଣି ! ଡମକୁଜୁ ଡ୍ୟାମ ଜଳସ୍ତର ନିମ୍ନଗାମୀ, ଚିନ୍ତାରେ ଚାଷୀ

0 551

ହରଭଙ୍ଗା: ହରଭଙ୍ଗା ବ୍ଲକଟି ଦୁର୍ଗମ ବଣ, ପାହାଡ ଘେରା ଆଦିବାସୀ ବହୁଳ ତଳଗାଁ ପଞ୍ଚାୟତର ଡମକୁଜୁଠାରେ ୧୯୭୨ ମସିହାରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ଡମକୁଜୁ କ୍ଷୁଦ୍ର ଜଳସେଚନ ଡ୍ୟାମ ନିର୍ମାଣ କରାଯାଇଥିଲା ଏବଂ ୧୯୭୬ ମସିହାରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଡମକୁଜୁଠାରେ ଦୁଇଟି ପାହାଡକୁ ବନ୍ଧାଯାଇ ବର୍ଷାଜଳକୁ ସଂରକ୍ଷିତ କରାଯାଇ ଡ୍ୟାମ କରାଯାଇଥିଲା ଏବଂ ଜଳସେଚନ ସୁବିଧା କରାଯାଇଥିଲା । ଏହି ଡ୍ୟାମରୁ ତଳଗାଁ ପଞ୍ଚାୟତର ତଳଗାଁ, ବେହେରାସାହି, ବାରମୁଣ୍ଡ, ଡମକୁଜୁ, କୁତୁରୁମା, ଗୋଛାସାହି, ଗୋବିନ୍ଦପୁର,କିରାମୁଣ୍ଡା ଆଦି ଗ୍ରାମର ହଜାରେ ହେକ୍ଟର ଚାଷଜମିକୁ ଜଳସେଚି କରାଯାଉଛି । ଏହି ଡମକୁଜୁ ଜଳସେଚନ ପ୍ରକଳ୍ପ ନ ହେବା ଆଗରୁ ଏହି ଅଂଚଳର ଚାଷୀ ମରୁଡିର ସମ୍ମୁଖୀନ ହେଉଥିଲା । ପ୍ରକଳ୍ପ ହେବା ପରେ ସେମାନଙ୍କ ଏକ ବଡ ସମସ୍ୟା ଦୂର ହୋଇପାରିଥିଲା । ବର୍ଷାଜଳକୁ ସଂରକ୍ଷିତ କରି ଡ୍ୟାମରେ ପାଣିକୁ ଗଚ୍ଛିତ ରଖି କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚିତ କରାଯାଏ ।

hiring

କିନ୍ତୁ ଚଳିତ ବର୍ଷ ହରଭଙ୍ଗା ବ୍ଲକ ଅଂଚଳରେ ଏବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ବହୁ ପ୍ରକଳ୍ପରେ ଜଳସ୍ତର ବହୁ ତଳେ ଅଛି । ଡମକୁଜୁ ଜଳସେଚନ ଡ୍ୟାମରେ ଜଳସ୍ତର ୬୨୪.୫୦ ମିଟର ରହିବା କଥା, କିନ୍ତୁ ଆଜି ଜଳସ୍ତର ବହୁ ତଳେ ଅର୍ଥାତ୍ ୬୧୫.୨୦ ମିଟର ତଳେ ଅଛି । ଅର୍ଥାତ୍ ଜଳସ୍ତର ୨୦ଫୁଟ ତଳେ ଡ୍ୟାମରେ ଜଳସ୍ତର ଅଛି । କାରଣ ଡ୍ୟାମର ଉପର ମୁଣ୍ଡାରେ ବର୍ଷାନାହିଁ । ଏଣୁ ଝରଣା, ଓ ପାହାଡରୁ ପାଣି ଝରିପାରୁନାହିଁ । ଫଳରେ ଡ୍ୟାମରେ ଜଳସ୍ତର ଖସିଯାଇଛି । ଏଣୁ ଚାଷୀମାନେ ଠିକ୍ ସମୟରେ ପାଣି ପାଇପାରୁନାହାନ୍ତି । ଏହି ପ୍ରକଳ୍ପ ନିର୍ମାଣ ହେବାରେ ୪୪ ବର୍ଷ ବିତିଗଲାଣି । କେବଳ ବର୍ଷ ଜଳ ଉପରେ ଏହି ପ୍ରକଳ୍ପ ନିର୍ଭରଶୀଳ । ଚଳିତ ବର୍ଷ ନିଆଣ୍ଟିଆ ବର୍ଷା ଯୋଗୁଁ ଜଳଭଣ୍ଡର ଜଳସ୍ତର ବହୁ ତଳେ ରହିଛି । ଏହି ଡ୍ୟାମର ଉନ୍ନତିକରଣ ଓ ପୁର୍ନଉଦ୍ଧାର ସହ କେନାଲର ରକ୍ଷଣବେକ୍ଷଣ ପାଇଁ ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୨କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ବୌଦ୍ଧ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ଗୁରୁ ପ୍ରସାଦ ପ୍ରକାଶ କରିଛନ୍ତି ।
ଯଦି ଏପରି ଅନିୟମିତତା ଲାଗି ରୁହେ ଆଗକୁ ଡ୍ୟାମରୁ ପାଣି ଯୋଗାଇବା ସମସ୍ୟା ଆଶଙ୍କା କରାଯାଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।
ଏହି ଡ୍ୟାମଟି ଘଞ୍ଚ ଜଙ୍ଗଲ ପାହାଡ ଘେରା ମଧ୍ୟରେ ଦୁଇଟି ପାହାଡକୁ ବନ୍ଧାଯାଇ ଡ୍ୟାମ ନିର୍ମାଣ କରାଯାଇଛି । ପ୍ରକାଶଥାଉକି ଏହା ଏକ ପିକନିକ୍ ସ୍ପଷ୍ଟ ଭାବେ ମାନ୍ୟତା ପାଉଅଛି । ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ପିକନିକ୍ କରିବା ପାଇଁ ଆସୁଥିଲେ । ଏବେ ଡ୍ୟାମ ଅଂଚଳଟି ଖାଁ ଖାଁ ଲାଗୁଛି । କରୋନା ପାଇଁ ଜନଗହଳି ହେଉନାହିଁ । ଏହି ଡ୍ୟାମଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।

hiranchal ad1
Leave A Reply

Your email address will not be published.

three × 4 =