ରାଜଧାନୀବାସୀଙ୍କ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି

0 90

ଭୁବନେଶ୍ୱର : ମହାମାରୀ କରୋନା ସମୟରେ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ଏକ ସୁଖଦ ଖବର ଆସିଛି । ତାହା ହେଉଛି ପ୍ରତି ରାଜଧାନୀବାସୀଙ୍କ ପାଖରେ ରୋଗପ୍ରତିରୋଧକ ଶକ୍ତି(ଇମୁନିଟି) ବୃଦ୍ଧି ପାଇଛି ବୋଲି ଆର୍‌ଏମ୍‌ଆର୍‌ସି(ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର)ର ନିର୍ଦ୍ଦେଶିକ ଡକ୍ଟର ସଂଘମିତ୍ରା ପତି କହିଛନ୍ତି । ଡ.ପତି ସେରୋଲୋଜିକାଲ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି । ସଂକ୍ରମଣହାର ସ୍ଥିତି ଓ ଆଣ୍ଟିବଡି ଅଗ୍ରଗତି ଜାଣିବାକୁ ସର୍ଭେ କରାଯାଇଥିଲା । ଭୁବନେଶ୍ୱରରେ କମୁାନିଟି, ହାଇରିସ୍କ ଓ ଗ୍ରୁପ୍ ସେରୋ ସର୍ଭେ ଶେଷ ହେବା ପରେ ସେଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ଭୁବନେଶ୍ୱରବାସୀଙ୍କ ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗପ୍ରତିରୋଧକ ଶକ୍ତି(ଇମୁନିଟି) ବୃଦ୍ଧି ପାଇଛି । ଜୁନ୍ ମାସର ସଂକ୍ରମଣ ଜାଣିବାକୁ ଜୁଲାଇରେ ଏହି ସର୍ଭେ କରାଯାଇଥିଲା । ଏବେ ଭୁବନେଶ୍ୱରରେ ପୁଣି ଅଗଷ୍ଟ ୧୬ ତାରିଖ ପରେ ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ କରାଯିବ । ପ୍ରକାଶଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ସମେତ ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ଭିତରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ସଚେତନତା କରାଯାଉଥିବା ବେଳେ ଏହି ଖବର ରାଜଧାନୀବାସୀଙ୍କ ପାଇଁ ସୁଖଦ ଖବର ପାଲଟିଛି ।

hiranchal ad1
Leave A Reply

Your email address will not be published.

five × three =