କିଡନୀ ରୋଗରେ ପୀଡିତ ଦମ୍ପତିଙ୍କ ଅର୍ଥାଭାବରୁ ହୋଇପାରୁନି ଚିକିତ୍ସା

0 385

ବୌଦ୍ଧ: ହରଭଙ୍ଗା ବ୍ଲକ ଭେଜିଗୋରା ଗ୍ରାମର ବଳଭଦ୍ର ସେଠୀ ଓ ସ୍ତ୍ରୀ ସମ୍ବାରି ସେଠୀ ଉଭୟ ଦମ୍ପତି କିଡନୀ ରୋଗରେ ପୀଡିତ । ବଳଭଦ୍ରଙ୍କ କହିବା ଅନୁଯାୟୀ ଦୀର୍ଘ ୨ ବର୍ଷ ହେଲା ଉଭୟ ସ୍ୱାମୀ ସ୍ତ୍ରୀ କିଡନୀ ରୋଗରେ ପୀଡିତ ହୋଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ,ଅର୍ଥାଭାବରୁ ତାଙ୍କର ଚିକିତ୍ସା ହୋଇପାରୁ ନାହିଁ । ଅନ୍ୟପଟେ ରୋଗର ଚିକିତ୍ସା ପାଇଁ ଅର୍ଥାଭାବରୁ ଘରେ ଥିବା କଂସା ବାସନଠୁ ଆରମ୍ଭ କରି ସୁନାଗହଣାକୁ ବିକ୍ରି କରି ଉଭୟ ସ୍ୱାମୀ ସ୍ତ୍ରୀ ରୋଗର ଚିକିତ୍ସା କରିଥିଲେ । ମାତ୍ର ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନହେବାରୁ ବିନା ଔଷଧରେ ଭଗବାନଙ୍କୁ ଆଶ୍ରା କରି ଖଟିଆରେ ପଡିରହି ଦିନ କାଟୁଛନ୍ତି । ଏମିତିକି ଫୁଲବାଣୀ ମେଡ଼ିକାଲକୁ ସାଧାରଣ ଡାଇଲିସ କରି ଯିବା ପାଇଁ ହାତରେ କାଣି କଉଡ଼ିଟିଏ ବି ନାହିଁ । ବଳଭଦ୍ରଙ୍କର ଏତିକିରେ ଦୁଃଖ ସରିନି ଏପଟେ ଘରେ ତିନି ତିନୋଟି ବଢ଼ିଲା ଝିଅର ଚିନ୍ତା । ଘରର ମୁରବୀ ବଳଭଦ୍ର ନିଜେ ହୋଇଥିବା ବେଳେ ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ଦଇବ ଦାଉ ସାଜିଲା ଭଳି ସ୍ତ୍ରୀ ସମ୍ବାରୀ ବି ରୋଗରେ ପୀଡିତ । ଉଭୟ ଦମ୍ପତି ଘରେ ପଡିରହିଥିବା ବେଳେ ବର୍ତ୍ତମାନ କେବଳ ସରକାରଙ୍କ ୩୫ କେଜି ଚାଉଳ ହିଁ ସାହା ଭରସା । ତେଣୁ ଏହି ଉଭୟ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ମେଡ଼ିସିନ ସହ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 1 =