ରେଳଜମି ଅଧିଗ୍ରହଣ କାମରେ ଆସିଥିବା କର୍ମଚାରୀଙ୍କୁ ଗ୍ରାମରୁ ଘଉଡାଇଦେଲେ ଲୋକେ

0 818

ବୌଦ୍ଧ:ବୌଦ୍ଧ-ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପାଇଁ ଜମି ଅଧିଗ୍ରହଣ କାମରେ ଗ୍ରାମକୁ ଆସିଥିବା କିଛି କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରାମରୁ ଘଉଡାଇ ଦେଇଥିବା ଭଳି ଘଟଣା ଘଟିଛି କଣ୍ଟାମାଳ ତହସିଲ ବିଚଣାପାଟି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମପଞ୍ଚାୟତର ବିଚଣାପଟି ଗ୍ରାମକୁ କଣ୍ଟାମାଳ ତହସିଲର କିଛି ଅଧିକାରୀ ଓ କର୍ମଚାରୀ ଆସିଥିଲେ । ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥରେ ହରାଉଥିବା ଜମିର ପ୍ରଜାମାନଙ୍କୁ ସେମାନଙ୍କ କ୍ଷତିପୂରଣ ପାଇବାପାଇଁ ବ୍ୟାଙ୍କ ପାସବୁକ, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନକଲ(ଜେରକ୍ସ କପି) ମାଗିଥିଲେ । ଜମିଅଧିଗ୍ରହରେ ସରକାର ଦେଉଥିବା କ୍ଷତିପୂରଣ ଅର୍ଥ ଉପରେ କ୍ଷତିଗ୍ରସ୍ତ ପ୍ରଜାମାନେ ଅସନ୍ତୁଷ୍ଟ ଜାହିରକରିବାସହ ତୁରନ୍ତ ଗ୍ରାମ ଛାଡି ଚାଲିଯିବାକୁ କହିଥିଲେ । ଫଳରେ କର୍ମଚାରୀମାନେ ଗଣ୍ଡଗୋଳର ଆଶଙ୍କାକରି ତୁରନ୍ତ ଗ୍ରାମଛାଡି ଚାଲିଯାଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଚଣାପଟି ଗ୍ରାମରେ ସରକାର ଏକର ପିଛା କ୍ଷତିପୂରଣ ରାଶି ମାତ୍ର ୧ଲକ୍ଷ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ଫଳରେ ଲୋକଙ୍କ ମନରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ପଡୋଶୀ ସୋନପୁର ଜିଲ୍ଲାରେ ଏକର ପିଛା ୬ଲକ୍ଷ ନିର୍ଦ୍ଧାରଣ ହୋଇଥିବାବେଳେ ଏଠାରେ ୧ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି । ଗ୍ରାମର ପ୍ରାୟ ୩୦ଜଣ ପ୍ରଜାଙ୍କ ପ୍ରାୟ ୨୦ ଏକର ଜମି ରେଳବିଭାଗ ଅଧିଗ୍ରହଣ କରିବାକୁ ସର୍ବେକ୍ଷଣ ହୋଇଛି । କ୍ଷତିଗ୍ରସ୍ତ ପ୍ରଜାମାନେ ଜିଲ୍ଲାପାଳ ଓ ଭୂଅର୍ଜନ ଅଧିକାରୀଙ୍କୁ ଏ ସଂପର୍କରେ ଅଭିଯୋଗ କରିବେ ବୋଲି ପ୍ରସ୍ତୁତ ହେଉଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 2 =