ଅସହାୟ କଳାକାରଙ୍କୁ ସହାୟତା ପ୍ରଦାନ

0 209

ସୁବର୍ଣ୍ଣପୁର : କଳା, ସଂସ୍କୃତିର ଗୁରୁ ଡ. ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସହାୟତା ଯୋଜନା ଆରମ୍ଭ କରିଛି ବାଙ୍ଗାଲୋରର ଜୁହାର ପରିବାର । ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସାହାରା ଟ୍ରଷ୍ଟ ହାଇସ୍କୁଲ ପରିସରରେ ଅଟଳ ସହାୟତା ଯୋଜନାରେ ଅସହାୟ କଳାକାରମାନଙ୍କୁ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜୁହାର ଅନୁଷ୍ଠାନର ବାସୁଦେବ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ନାଟ୍ୟଶ୍ରୀ ଗଦାଧର ବାରିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସାହାରା ଟ୍ରଷ୍ଟ ହାଇସ୍କୁଲର ପ୍ରତିଷ୍ଟାତା ଗତିକୃଷ୍ଣ ମିଶ୍ର, କଳାକାର ସାଶ୍ୱତ କୁମାର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ମହାମାରୀ କରୋନା କାଳରେ କଳାଜଗତ ବେଶ୍‌ ପ୍ରଭାବିତ ହୋଇଥିବା ବେଳେ କଳାକାରମାନଙ୍କ ଜୀବନ ଦୁର୍ବିସହ ହୋଇ ଯାଇଛି । ଜୀବିକା ହରାଇ କଳାକାରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ବେଳାରେ ସ୍ୱର୍ଗତ ମହାନ କଳାକାର ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସହାୟତା ଯୋଜନା ମାଧ୍ୟମରେ ଏହି କଳାକାରମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ପାଖାପାଖି ଶହେ ଜଣେ କଳାକାରଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ତେବେ ଏମିତି ବେଳାରେ ବାଙ୍ଗାଲୋର ର ଜୁହାର ପରିବାରର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

3 × 4 =