ପ୍ରକାଶ ପାଇଲା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ

0 63

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୦ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପରିଷଦର କାର୍ଯ୍ୟାଳୟରେ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପରୀକ୍ଷା ପୁସ୍ତିକାକୁ ଉନ୍ମୋଚିତ କରିବା ପରେ ପରିଷଦର ଦୁଇଟି ୱେବସାଇଟରେ ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ପରୀକ୍ଷା ଫଳ ଉପଲବ୍ଧ କରାଇଥିଲେ । ଚଳିତ ବର୍ଷ ଯୁକ୍ତଦୁଇ ବିଜ୍ଞାନର ସାମଗ୍ରୀକ ପାସହାର ୭୦.୨୧ ପ୍ରତିଶତ ରହିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮୩୭୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ନୟାଗଡ ଜିଲ୍ଲା ସର୍ବାଧିକ ୮୬.୫୧ ପ୍ରତିଶତ ପରୀକ୍ଷା ଫଳ କରିଛି । ୧୩୭ଜଣ ୯୦ ପ୍ରତିଶତ ଅଧିକ ମାର୍କ ରଖିଛନ୍ତି । ତୁଳନାତ୍ମକ ଭାବରେ ଚଳିତ ଥର ଛାତ୍ରଙ୍କ ତୁଳନାରେ ଛାତ୍ରୀ ପଡିଛନ୍ତି । ୩୮ହଜାର ୩୦୧ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦ହଜାର ୩୭ଜଣ ଛାତ୍ରୀ ପାସ୍ କରିଛନ୍ତି । ଛାତ୍ରଙ୍କ ପାସ୍ ହାର ୩୯ ପ୍ରତିଶତ ହୋଇଥିବା ବେଳେ ଛାତ୍ରୀଙ୍କ ପାସହାର ୩୧ ପ୍ରତିଶତ ରହିଛି । ମୋଟ ୧୫ଟି କଲେଜର ପରୀକ୍ଷା ଫଳ ଶୂନ୍ୟ ହୋଇଛି । ପରୀକ୍ଷା ଫଳର ସୂଚନାରୁ ଜଣାପଡିଛି ଯେ, ଏବର୍ଷ ୨୫୩୩୯ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୨୪୧୨୧ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ୧୮୨୬୦ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ଝାରସୁଗୁଡା ଜିଲ୍ଲାରେ ସର୍ବନିମ୍ନ ୪୦.୭୧ ପ୍ରତିଶତ ପରୀକ୍ଷା ଫଳ ହୋଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ଶ୍ରେଣୀ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ସାମସ ସେଣ୍ଟର ଜରିଆରେ ଅନଲାଇନରେ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ ।

hiranchal ad1
Leave A Reply

Your email address will not be published.

sixteen − four =