କଳାଜାଇରୁ ଜାଣନ୍ତୁ ମଣିଷର ବ୍ୟକ୍ତିତ୍ୱ

0 137

ଶାସ୍ତ୍ରରେ ଶରୀରରେ ଥିବା କଳାଜାଇ ବା ତୀଳଚିହ୍ନର ବହୁତ ମହତ୍ୱ ରହିଛି । ନାଲିଜାଇ ଶରୀର ଯେକୌଣସି ଅଙ୍ଗରେ ଥିଲେ ତାହା ଶୁଭ ଫଳଦାୟକ ହୋଇଥାଏ । କିନ୍ତୁ କଳାଜାଇ ଶୁଭ ବି ଥାଏ ଏବଂ ଅଶୁଭ ଥାଏ । ତୀଳଚିହ୍ନର ମଧ୍ୟ ସମାନ ମହତ୍ୱ ରହିଛି । ଯଦି ଆପଣଙ୍କ ଶରୀରରେ କଳାଜାଇ ବା ତୀଳଚିହ୍ନ ଅଛି ତେବେ ଜାଣନ୍ତୁ ଶରୀରରେ କଳାଜାଇର କଣ ଅର୍ଥ…
ଓଠ ଉପରେ ବା ତଳେ କଳାଜାଇ ଥିଲେ
ଯେଉଁ ସ୍ତ୍ରୀ ବା ପୁରୁଷଙ୍କ ଓଠ ଉପରେ ଡାହାଣ ପଟେ କଳାଜାଇ ଥିବ ତେବେ ତାଙ୍କ ଜୀବନସାଥୀଙ୍କ ସହ ତାଙ୍କର ପ୍ରେମପୂର୍ଣ୍ଣ ସମ୍ବନ୍ଧ ରହିବ । ତାଙ୍କ ଭିତରେ ଉତ୍ତମ ସମ୍ବନ୍ଧ ବଜାୟ ରହିଥାଏ । ଏହାର ବିପରୀତ ଓଠ ବାମ ପଟରେ କଳାଜାଇ ଥିଲେ ଜୀବନସାଥୀଙ୍କ ସହ ମତଭେଦ ସର୍ବଦା ରହିବ । ତାଙ୍କ ମଧ୍ୟରେ ମତପାର୍ଥକ୍ୟ ରହିବ ।
ଓଠ ତଳେ ଥିଲେ
ଯେଉଁ ବ୍ୟକ୍ତିଙ୍କ ତଳ ଓଠରେ ଥିଲେ ସେ ଖାଇବା ପିଇବାର ସୌକିନ ଥାଆନ୍ତି । ଏଭଳି ବ୍ୟକ୍ତି ନିଜ କ୍ଷେତ୍ରରେ ବିଶେଷ ସଫଳତା ଏବଂ ପ୍ରସିଦ୍ଧତା ପ୍ରାପ୍ତ କରିଥାନ୍ତି । ଏଭଳି ବ୍ୟକ୍ତିଙ୍କର କାମ ଭାବନା ଅଧିକ ଥାଏ, ସେ ବିପରିତ ଲିଙ୍ଗ ପ୍ରତି ବିଶେଷ ଆକର୍ଷିତ ହୋଇଥାଆନ୍ତି ।
ମୁଣ୍ଡରେ ଥିଲେ
ଯେଉଁ ବ୍ୟକ୍ତିଙ୍କର ମଥା ଉପରେ ଡାହାଣ ପଟରେ ଥିଲେ ସେ ଧନ ତ ବହୁତ୍ କମେଇ ଥାଆନ୍ତି କିନ୍ତୁ ଭୋଗ ବିଳାସରେ ଧନକୁ ଖର୍ଚ୍ଚ କରି ସାରିଦିଅନ୍ତି । ସେଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଛାତିର ଡାହାଣ ପଟେ ଥିଲେ
ସମୃଦ୍ଧଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ଛାତିର ଡାହାଣ ପଟେ କଳାଜାଇ ଥିଲେ ସେ ଧନବାନ ହୋଇଥାନ୍ତି ଏବଂ ତାଙ୍କ ଜୀବନସାଥୀ ମଧ୍ୟ ସୁନ୍ଦର ଏବଂ ଯୋଗ୍ୟ ଥାଆନ୍ତି ।
ହାତ ଆଙ୍ଗୁଠିର ତଳେ ଥିଲେ
ଶାସ୍ତ୍ରରେ କୁହାଯାଇଛି କି ହାତର ଆଙ୍ଗୁଠିର ତଳଭାଗକୁ ଶୁକ୍ର ପ୍ରବର୍ତ୍ତ କୁହାଯାଇଥାଏ । ଯାହାଙ୍କ ହାତ ପାପୁଲିରେ କଳାଜାଇ ଥାଏ ସେମାନେ କାମୁକ ଥାଆନ୍ତି । ତାଙ୍କୁ ଗୁପ୍ତ ରୋଗ ହେବାର ସମ୍ଭାବନା ଥାଏ । ଯେତେ ଭଲ କାମ କଲେ ମଧ୍ୟ ସେ କେବେ ଯସ ପାଇପାରି ନଥାନ୍ତି ।
ପେଟରେ ଥିଲେ
ଯେଉଁ ବ୍ୟକ୍ତିର ପେଟରେ କଳାଜାଇ ଥାଏ ସେମାନେ ଭୋଜନ ପ୍ରିୟ ଥାଆନ୍ତି । ଜାଇ ଯଦି ନାଭିର ବାମ ପଟେ ଥିବ ତେବେ ବ୍ୟକ୍ତିଙ୍କୁ ପେଟ ରୋଗ ହେବାର ସମ୍ଭାବନା ଥାଏ । ଯାହାଙ୍କ ନାଭିର ତଳେ ଚିହ୍ନ ଥିବ ତାଙ୍କୁ ଯୌନ ରୋଗ ହେବାର ସମ୍ଭାବନା ରହିଥାଏ ।
ହାତରେ ଥିଲେ
ବହୁତ ହାତରେଖା ପଢ଼ୁଥିବା ଲୋକ କୁହନ୍ତି କି ହାତରେ କଳାଜାଇ ଥିଲେ ଶୁଭ ହୋଇଥାଏ । ହାତମୁଠା ବନ୍ଦ କରିବା ପରେ ଜାଇ ଦେଖାଯିବ ତେବେ ଠିକ୍ ନୁହେଁ । କିନ୍ତୁ ଏଭଳି ନୁହେଁ । ହାତରେ ଯେକୌଣସି ସ୍ଥାନରେ କଳାଜାଇ ଥିଲେ ତାହା ଗ୍ରହର ଶୁଭ ପ୍ରଭାବକୁ କମ୍ କରିଦେଇଥାଏ । ଯେପରି କୌଣସି ବ୍ୟକ୍ତିଙ୍କ ଅନାମିକା ଆଙ୍ଗୁଳିର ତଳ ପାଖରେ ଥିଲେ ତାଙ୍କୁ ପଢ଼ାଲେଖାରେ ରୁଚି କମ୍ ଥାଏ । ଏଭଳି ବ୍ୟକ୍ତିଙ୍କୁ କୌଣସି କାମରେ ସଫଳତା ପାଇବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିଥାଏ ।
ଗଳା ବା ବେକରେ ଥିଲେ
ଯାହାର କଣ୍ଠରେ ଚିହ୍ନ ଥାଏ ସେମାନଙ୍କ ସ୍ୱର ଭଲ ହୋଇଥାଏ । ଏଭଳି ବ୍ୟକ୍ତି ନିଜ ସ୍ୱରର ବ୍ୟବସାୟିକ ବ୍ୟବହାର କରିପାରିବେ । ସଙ୍ଗୀତ ଏବଂ ଗାଇବାର ସେମାନେ ରୁଚି ରଖନ୍ତି । ଗଳାର ପଛରେ କଳାଜାଇ ଥିଲେ ବ୍ୟକ୍ତିଙ୍କର ହାଡ଼ରେ କଷ୍ଟ ଅନୁଭବ ହୋଇପାରେ ।

hiranchal ad1
Leave A Reply

Your email address will not be published.

five × 4 =