ସମ୍ବଲପୁରରେ ପୁଣି ଫୁଟିଲା ସହସ୍ରଦଳ ପଦ୍ମଫୁଲ

0 211

ସମ୍ବଲପୁର :ସମ୍ବଲପୁରରେ ପୁଣି ଥରେ ସହସ୍ରଦଳ ପଦ୍ମଫୁଲ ଫୁଟାଇବାରେ ଜଣେ ସ୍ଥାନୀୟ ଉଦ୍ୟମୀ ସଫଳ ହୋଇଛନ୍ତି । ଏଥର ଏହି ଶ୍ରେୟର ଅଧିକାରୀ ହେଲେ ସ୍ଥାନୀୟ ପ୍ରଧାନପଡା ନିବାସୀ ସାର୍ଥକ ପଣ୍ଡା । ସେ ନିଜ ଉଦ୍ୟମ ବଳରେ ତାଙ୍କ “ଇକୋ ନର୍ସରୀ’ରେ ଏହାକୁ ଫୁଟାଇବାରେ ସଫଳତା ହାସଲ କରିଛନ୍ତି । ଏହାପୂର୍ବରୁ ସ୍ଥାନୀୟ କଲ୍ୟାଣ ନଗର ନିବାସୀ ସୁବ୍ରତ ନାଥ ଏପରି କୃତ୍ତିତ୍ୱ ହାସଲ କରିଥିଲେ, ଯାହାକି ସମଗ୍ର ଓଡ଼ିଶାରେ ଦ୍ୱିତୀୟ ବୋଲି କୁହାଯାଉଛି । ଏପରି କିଛି ଯୁବୋଦ୍ୟମୀଙ୍କ ନିରନ୍ତର ଚେଷ୍ଟା ଫଳରେ ସହସ୍ରଦଳ ପଦ୍ମଫୁଲ ଆଉ ବିରଳ ହୋଇ ରହି ନାହିଁ ଓ ଘରେ ଘରେ ଫୁଟୁଛି । ସର୍ବ ପ୍ରଥମେ ଦକ୍ଷିଣ ଭାରତର ଜଣେ ଉଦ୍ଭିଦ ବିଜ୍ଞାନୀ ନିଜ ପ୍ରଚେଷ୍ଟା ବଳରେ ସହସ୍ରଦଳ ପଦ୍ମଫୁଲର ମଞ୍ଜିରୁ ଏହାର ଲତା ଉତ୍ପନ୍ନ କଲାପରେ ସେଥିରୁ ଫୁଲ ମଧ୍ୟ ଫୁଟାଇଲେ । ଏଥିରେ ଉତ୍ସାହିତ ହୋଇ ସେଠାକାର କିଛି ଯୁବ ଉଦ୍ୟମୀ ଏହାର ବ୍ୟାପାର କରିବା ପାଇଁ ଚେଷ୍ଟା କଲେ ଓ ଆଜି ସେମାନଙ୍କ ପ୍ରଚେଷ୍ଟା ବଳରେ ଏହା ଘରେ ଘରେ ଫୁଟି ପାରିଛି ।

hiranchal ad1
Leave A Reply

Your email address will not be published.

thirteen − 4 =