ବୌଦ୍ଧ : ବଉଦ ବ୍ଲକ୍ ବଢିଗାଁ ଗ୍ରାମପଂଚାୟତ ଗିରାସିଙ୍ଗା ଗ୍ରାମରେ ଥିବା ନଳକୂପ ଦୀର୍ଘ ଦିନ ହେଲା ଅଚଳ ରହିଛି । ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ ସତ୍ତ୍ୱେ ନଳକୂପର ମରାମତି ନ ହେବାରୁ ଲୋକେ ଗୋଟିଏ ବିକଳ୍ପ କୌଶଳ ଆପଣେଇଲେ । ନଳକୂପର ହ୍ୟାଣ୍ଡେଲ୍ କାମ କରୁନଥିବା ଯୋଗୁଁ ଲୋକେ ପାଣି ଆଣିବାକୁ ଯିବାବେଳେ ସାଙ୍ଗରେ ଖଣ୍ଡେ ଶାବଳ କିମ୍ବା ଲୁହା ଛଡ ଧରି ଯାଉଛନ୍ତି ।
ନଳକୂପର ଚେନ୍ ନିକଟରେ ଶାବଳ ଲଗାଇ ତାକୁ ହ୍ୟାଣ୍ଡେଲ୍ ଭାବରେ ମାରି ପାଣି ଆଣୁଥିବା ଦେଖିବାକୁ ମିଳୁଛି । ଏ ଦୃଶ୍ୟ ପ୍ରତିଦିନ ଗିରାସିଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମ ପଂଚାୟତ ନଳକୂପ ମରାମତି ନ କରିବାରୁ ଲୋକେ ବିକଳ୍ପ ପଦ୍ଧତି ଆପଣେଇ ଇଚ୍ଛା ଥିଲେ ଉପାୟ ଆପେ ଆସେ କଥାକୁ ବାସ୍ତବରେ ପରିଣତ କରିଥିବା ଆଲୋଚନା ହେଉଛି ।