୨୦ଦିନରେ ଦେଖା ସରିବ ମାଟ୍ରିକ ଖାତା, ଜୁଲାଇ ଶେଷ ସୁଦ୍ଧା ଫଳ

0 71

ଭୁବନେଶ୍ୱର : ଆସନ୍ତା ମଇ ୨୦ ତାରିଖଠାରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏବଂ ୨୦ ଦିନ ମଧ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ କରାଯାଇ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ସୂଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ପରେ ଏହି ସୂଚନା ମନ୍ତ୍ରୀ ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ ପୂର୍ବ ନିର୍ଦ୍ଧାରିତ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖ ହେବ । ଖାଦା ଦେଖିବା ପାଇଁ ଆଉ ଅଧିକ ୬ହଜାର ପରୀକ୍ଷକ ନିୟୋଜିତ କରାଯିବ । ଅଧିକ ୬ହାଜର ଶିକ୍ଷକଙ୍କ ତାଲିକା ୱେବସାଇଟରେ ଉପଲବ୍ଧ କରାଯାଇଛି । ଯେଉଁ ଶିକ୍ଷକମାନେ ପୂର୍ବରୁ ଯେଉଁ କେନ୍ଦ୍ରରେ ଦେଖୁଥିବେ ବର୍ତ୍ତମାନେ ସେହି କେନ୍ଦ୍ରରେ ସେମାନେ ଖାତା ଦେଖିବେ । ଖାଦା ଦେଖା କେନ୍ଦ୍ରରେ ପ୍ରତ୍ୟେକ ଶିକ୍ଷକ ସାମାଜିକ ଦୂରତ୍ୱ ଓ ସାନିଟାଇଜ ବ୍ୟବହାର କରାଯିବା ସହିତ ମାସ୍କ ପିନ୍ଧିବେ । ଏହାକୁ ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତ୍ୱ ବଜାୟ ପାଇଁ ତିନୋଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ । ବିଭିନ୍ନ ବିଷୟକୁ ନେଇ ଏହି ତିନୋଟି ପର୍ଯ୍ୟାୟରେ ଖାତା ଦେଖାଗଲେ ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ଖାତା ଦେଖା ଶେଷ ହୋଇପାରିବ । ଦୁଇ ଚାରିଦିନ ନିର୍ଦ୍ଧାରିତ ସମୟଠାରୁ ଖାତା ଦେଖା ବଢିଯାଇପାରେ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି । କୌଣସି କଣ୍ଟେନମେଣ୍ଟ ଜୋନରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ କେନ୍ଦ୍ର କରାଯାଇନାହିଁ । ମଇ ୧୯ ତାରିଖ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବା ପାଇଁ ଶିକ୍ଷକମାନେ ପହଞ୍ଚିଯିବେ । ମୂଲ୍ୟାୟନ କେନ୍ଦ୍ରରେ କୋଭିଡ-୧୯ର ଅନୁପାଳନ ଯେଭଳି ଠିକ୍ ଢଙ୍ଗରେ ହୁଏ ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଖାତା ଦେଖାରେ ନିୟୋଜିତ ଶିକ୍ଷକଙ୍କୁ ପ୍ରତ୍ସାହନ ରାଶି ଆବଶ୍ୟକ ପଡିଲେ ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

1 × 4 =