ପୁଣି ୫୯୫ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁସଂଖ୍ୟା ୬୪କୁ ବୃଦ୍ଧି

0 138

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ସେହି ଅନୁପାତରେ ମୃତ୍ୟୁସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଆଜି ପୁଣି ୩ଜଣ ଜୀବନ ଏହି ବିଶ୍ୱ ମହାମାରୀ କରୋନା ରୋଗରେ ଯାଇଛି । ମୃତକ ତିନି ଜଣ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୬୪ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ଏହି ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ସେହିପରି ଆଜି ରାଜ୍ୟରେ ୫୯୫ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୨୧ ରେ ପହଞ୍ଚିଛି । ଏହାସହ ମୋଟ ସଂଖ୍ୟା ୧୩ ହଜାର ଟପିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୦୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ବାଲେଶ୍ୱରରୁ ୧୧, ବରଗଡରୁ ୩, ଭଦ୍ରକରୁ ୧୧, ବଲାଙ୍ଗୀର ୧, କଟକରୁ ୧୧, ଗଜପତିରୁ ୨୦, ଗଞ୍ଜାମରୁ ୨୩୦, ଜଗତସିଂପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୨, କେଉଁଝରରୁ ୩, ଖୋର୍ଧାରୁ ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୧୪, ନୟାଗଡରୁ ୫, ପୁରୀରୁ ୧୦, ରାୟଗଡା ଓ ସମ୍ବଲପୁରର ୨ ଜମ ଲେଖାଏଁ ଏବଂ ସୁନ୍ଦରଗଡରୁ ୮ଜମ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୪୬୭୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୩୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୪୫୨୭ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

hiranchal ad1
Leave A Reply

Your email address will not be published.

14 − 6 =