ପୋଲିସ୍ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ପୁଣି ୧୭୦ ଏକର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ

0 110


ବାଲିଗୁଡ଼ା,୧୨/୧୧: ଜୋର ଧରିଲା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚାଲିଛି ମିଳିତ ଅପରେସନ୍ । ବାଲିଗୁଡ଼ା ଥାନା ବଲମରପଦା ଓ ସିଟୁପାଜୁ ଜଙ୍ଗଲରେ ୧୭୦ ଏକର ଜମିରେ ବେଆଇନ୍ ଭାବେ ଚାଷ ହୋଇଥିବା ଏକ ଲକ୍ଷ ୭୦ ହଜାର ଗଞ୍ଜେଇ ଗଛ କାଟିବା ସହ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଞ୍ଚଳରେ ଦିନକୁ ଦିନ ବେଆଇନ୍ ଗଞ୍ଜେଇ ଚାଷ ବୃଦ୍ଧି ପାଇବାରେ ଲାଗିଛି । ବେଆଇନ୍ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ରୋକିବା ପାଇଁ ପ୍ରୟାସ ଚାଲିଛି ଏବଂ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ।

hiranchal ad1
Leave A Reply

Your email address will not be published.

11 − 4 =