ଗଜପତି ଏସପିଙ୍କ ନୂତନ ପ୍ରୟାସ : ପଥପ୍ରାନ୍ତ ନାଟକ ଦ୍ୱାରା କରୋନା ସଚେତନତା

0 116

ନାଟକ ଦ୍ୱାରା କରୋନାର ଭୟାଭୟତା ନେଇ ନାଟକୀୟ ଢଙ୍ଗିରେ ଲୋକଙ୍କୁ ଗଜପତି ଏସପି ସାରା ଶର୍ମା ସଚେତନ କରିବା ପାଇଁ ବର୍ତ୍ତମାନ ଅନ୍ୟ ଏକ ନୁତନ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପଥପ୍ରାନ୍ତ ନାଟକ ସାଧାରଣଙ୍କୁ ବେଶ ଆକୃଷ୍ଟ କରିଥିବା ବେଳେ ଗଜପତି ଏସପି ଏହି ପ୍ରୟାସ ନେଇ ପାରଳା ସାଧାରଣଙ୍କ ଠାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଆଜି ପାରଲାଖେମୁଣ୍ଡି ସହରର ବିଭିନ୍ନ ଅଞ୍ଚଳରେ ଗଜପତି ଏସପି ସାରା ଶର୍ମା ଯମରାଜ,ଚିତ୍ରଗୁପ୍ତ ଓ କରୋନା ଭୂତାଣୁକୁ ନେଇ ନାଟକୀୟ ଢଙ୍ଗିରେ ପଥପ୍ରାନ୍ତ ନାଟକ ପ୍ରଦର୍ଶୀତ କରିଛନ୍ତି । ପୋଲିସ କର୍ମଚାରୀମାନେ ଯମରାଜ,ଚିତ୍ରଗୁପ୍ତ ଓ କରୋନା ଭୂତାଣୁ ଆଦି ବେଶରେ ସଜ୍ଜିତ ହୋଇ କରୋନା ସଂକ୍ରମଣର ଭୟାଭୟତା ଓ ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ନେଇ ପଥପ୍ରାନ୍ତ ନାଟକୀୟ ଢଙ୍ଗିରେ ଲୋକଙ୍କୁ ସଚେତନ କରିଥିଲେ । ଏ ନେଇ ଗଜପତି ଏସପି ସାରା ଶର୍ମା କହିଛନ୍ତି,ଗଜପତିର ପଡୋଶୀ ଆନ୍ଧ୍ର ଓ ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ସଂକ୍ରମଣ ଦେଖା ଦେଇଛି । ଏହି ଦୁଇଟି ଅଞ୍ଚଳର ମଧ୍ୟ ଭାଗରେ ଗଜପତି ଜିଲ୍ଲା ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ଗଜପତିକୁ କରୋନା ମୁକ୍ତ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଗଜପତିରେ କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ଲୋକଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ଲକ୍‌ଡାଉନ୍‌କୁ ଅମାନ୍ୟ କରି ବିବିନ୍ନ କାରଣ ଦର୍ଶାଇ ଅମାନିଆ ଭାବେ ବାହାରେ ବୁଲିବାରେ ଲାଗିଛନ୍ତି । ଏହାକୁ ବନ୍ଦ କରିବା ସହ ଲୋକଙ୍କୁ ଆବଶ୍ୟକ ସଚେତନ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ସହାୟତାରେ ଏହି ପଥପ୍ରାନ୍ତ ନାଟକ ପ୍ରଦର୍ଶୀତ କରାଯାଇଛି ।

hiranchal ad1
Leave A Reply

Your email address will not be published.

sixteen + seventeen =