୧୫ରୁ ରାଜ୍ୟରେ ଇକମୋ ସେବା

0 87

ଭୁବନେଶ୍ବର ୭।୮: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା । ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି । ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଆଉ ଗୋଟିଏ ଟିମ୍ ଖୁବଶୀଘ୍ର କଲିକତା ଯିବେ ।ସମସ୍ତ ମେସିନ ଇନଷ୍ଟଲ ହୋଇସାରିଛି । ପ୍ରସ୍ତୁତିକରଣ ପ୍ରାୟ ଶେଷ ହୋଇଛି । ୯ଟି ମେସିନିକୁ ଆମେ ଦୁଇ ଭାଗରେ ବିଭକ୍ତ କରିବୁ । ଅଧିକ ଲୋକଙ୍କର କୋଭିଡରୁ ଭଲ ହେବା ପରେ ଇକମୋ ମେସିନର ଆବଶ୍ୟକ ପଡୁଛି । ସେଥିପାଇଁ କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ପାଇଁ ବଡ଼ ୟୁନିଟ୍ କରାଯିବ ଓ ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍ କରାଯିବ ।କୋଭିଡରୁ ଭଲ ହେଉଥିବା ରୋଗୀଙ୍କ ଲାଗି ୬ଟି ମେସିନ ବ୍ୟବହାର ହେବ ଓ ସଂକ୍ରମିତଙ୍କ ଲାଗି ୩ଟି ମେସିନ ବ୍ୟବହାର କରାଯିବ ବୋଲି ଡିଏମଇଟି କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × four =