ବୌଦ୍ଧ: କଣ୍ଟାମାଳ ବ୍ଲ ଅନ୍ତର୍ଗତ ବିଳାସପୁର ଗ୍ରାମପଞ୍ଚାୟତର ତାଳପଡା ଗ୍ରାମରେ ପୋଖରୀରୁ ପାଣି କାଟିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରବଳ ଖରାଯୋଗୁଁ ସମସ୍ତ ଜଳଉତ୍ସଗୁଡିକ ଶୁଖି ଯାଉଥିବାବେଳେ ମାଛ ମାରିବାପାଇଁ ପୋଖରୀର ପାଣି କଟାଯିବାକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି ।
ଗତ ଦୁଇଦିନ ତଳେ ଗ୍ରାମର ୱାର୍ଡ ସଭ୍ୟ କିଛି ଲୋକଙ୍କୁ ଲଗାଇ ତାଳପଡା ଗ୍ରାମ ପୋଖରୀର ହୁଡାକୁ କାଟିଦେଇ ମାଛ ମାରିବାପାଇଁ ଜଳନିଷ୍କାସନ କରୁଛନ୍ତି । ଏହି ପୋଖରୀ ଉପରେ ତାଳପଡା ଗ୍ରାମବାସୀଙ୍କ ସମେତ ପଡୋଶୀ ଧୁଙ୍ଗିଆପଦର ଗ୍ରାମର ଅର୍ଦ୍ଧାଧିକ ଲୋକ ନିତ୍ୟକର୍ମ ସଂପାଦନ କରିଥାନ୍ତି ।
ଖରାଦିନେ ଜଳସଙ୍କଟ ସମୟରେ ପୋଖରୀର ଜଳନିଷ୍କାସନ ନକରିବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି ।