କୋଭିଜ-୧୯ ପରିଚାଳନା ପାଇଁ ଜିଲ୍ଲାୱାରୀ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

0 206

ଭୁବନେଶ୍ୱର : କୋଭିଡ ୧୯ର ସୁପରିଚାଳନ ପାଇଁ ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ସହର ପାଇଁ ବରିଷ୍ଠ ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ଓ ଏନ୍ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ ପାଇଁ ମଧୁସୁଦନ ପାଢୀ, ରତ୍ନକାର ରାଉତ କଟକସିଟି-କଟକନଗର ଓ ଗ୍ରାମାଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର, ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟି, ଗଞ୍ଜାମ ଓ ଗଜପତି ପାଇଁ ଜି. ମାଥିଭାଥନନ ଓ ଡକ୍ଟକ କିଷନ କୁମାର, ଯାଜପୁର, ଜଗତସିଂପୁର ଓ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ସୁରେଶ ଚନ୍ଦ୍ର ଦଲାଇ, ଅନୁଗୋଳ, ଦେବଗଡ ଓ ଢେଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ, ଗୋପବନ୍ଧୁ ଶତପଥୀ, ବଲାଙ୍ଗୀର, ବରଗଡ ଓ ନୂଆପଡା ପାଇଁ ସୁଶୀଲ ଲୁହାନି ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର, ବିଷ୍ଣୁପ୍ରସାଦ ମିଶ୍ର, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ପାଇଁ ଭିଭି ଯାଦବ ଓ ରସିଦ ଖାନ୍‌, ନୟାଗଡ, ପୁରୀ, ଖୋର୍ଦ୍ଧା ପାଇଁ ଅନିଲ କୁମାର ସାମଲ, ସମ୍ବଲପୁର, ସୋନପୁର, ଝାରସୁଗୁଡା, ସୁନ୍ଦରଗଡ ପାଇଁ ନିରଞ୍ଜନ ସାହୁଙ୍କଙ୍କୁ ଦାୟିତ୍ୱ ରାଜ୍ୟ ସରକାର ପ୍ରଦାନ କରିଛନ୍ତି । ଏ ସଂପର୍କିତ ବିଜ୍ଞପ୍ତି ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କରାଯାଉଛି ।

hiranchal ad1
Leave A Reply

Your email address will not be published.

5 × two =