ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ପରିଷଦ ପକ୍ଷରୁ ଯୁବକମାନଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଆରମ୍ଭ

0 117

ଗଂଜାମ : କରୋନା ମହାମାରୀ ଓ ଲକଡାଉନ ସମୟରେ ଅସୁବିଧାରେ ଥିବା ଲୋକମାନଙ୍କୁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ସାହାର୍ଯ୍ୟ ସହଯୋଗ ଜାରି ରହିଛି । ଏହି ଧାରାରେ ସାମିଲ ହୋଇଛନ୍ତି ଅଖିଳ ଭାରତ ଯୁବ ସଂଘ ଗଂଜାମ ଜିଲ୍ଲା ପରିଷଦ ଉତ୍ସାହି ଯୁବକମାନେ । ଏହି ଭିତ୍ତିରେ ଆଜି ବିଶେଷ କରି ଗ୍ରାମାଞ୍ଚଳରୁ ବ୍ରହ୍ମପୁର ସହରକୁ ଶ୍ରମ ଆଶାରେ ଆସି ଅସୁବିଧାରେ ଖାଇବାକୁ ପାଉନଥିବା ନିର୍ମାଣଶ୍ରମିକ, ବାହାର ରାଜ୍ୟକୁ ଯିବା ଆସିବା ପାଇଁ ରେଳ ଷ୍ଟେସନରେ ଅପେକ୍ଷାରତ ପ୍ରବାସୀ ଶ୍ରମିକ, ବିଭିନ୍ନ ମେଡିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ,ନୂଆଁ ବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ ଓ ଫୁଟଫାଥର ଅସୁବିଧାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ଓ ଆଗାମୀ ଦିନରେ କାର୍ଯ୍ୟକ୍ରମ ଜାରୀ ରଖି ମଧ୍ୟାହ୍ନ ଓ ରାତ୍ର ଭୋଜନ ଦେବା ପାଇଁ ଉଦ୍ୟମ ଚାଲିଛି ।

hiring

ପରିଷଦର ସଂପାଦକ କାମଦେବ ନାହାକଙ୍କ ନେତୃତ୍ୱ ରେ ଆଜି କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ସମସ୍ତେ ସହଯୋଗର ସହ ଏହି ମହାମାରୀକୁ ମୁକାବିଲା କରିବାକୁ ଅନୁରୋଧ କରିଛନ୍ତି । ସଂଘ ତରଫରୁ ଅଜୟ କୁମାର ଗୌଡ଼, ମହେନ୍ଦ୍ର ପାତ୍ର, ଏ.ଦେବେନ୍ଦ୍ର ପାତ୍ର, କସ୍ତୁରୀ ମହାରଣା, କୃଷ୍ଣ ଚନ୍ଦ୍ର ମହାରଣା, ରୋହିତ ବିଶୋଇ ଓ ଲଛମାୟା ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନମାନଙ୍କରେ ଗ୍ରାମାଞ୍ଚଳ ଓ ସହରତଳି ଅଂଚଳ ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

three × 4 =