ସୋନପୁର : ଅଯୋଧ୍ୟାର ଶ୍ରୀରାମନ୍ଦିର ନିର୍ମାଣ ପାଇଁ ଶିଳା ପୂଜନ କାର୍ଯ୍ୟକ୍ରମ ଯୋଗୁଁ ସୋନପୁର ନଗର ରାମ ମନ୍ଦିର ପ୍ରାଙ୍ଗଣରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୋଭିଡ଼ ନିୟମ ଯୋଗୁଁ ୧୫ ରୁ ୨୦ ଜଣଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୧୯୯୨ ଡିସେମ୍ବର ୦୬ ତରଖର ବାବ୍ରିଢାଞ୍ଚା ଧୂଳିସାତ ହୋଇଥିଲା ଓ ରାମଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା ।
ଏହି କାର ସେବାରେ ସୋନପୁର ୦୮ ଜଣ ଭାଗ ନେଇଥିଲେ ସେଥିରୁ ଜଣେ କାର ସେବଙ୍କର ସ୍ୱର୍ଗବାସ ହୋଇ ଯାଇଛି ଓ ଅନ୍ୟ ସାତ ଜଣ ସୁରେଶ କୁମାର ମିଶ୍ର, ଉପନନ୍ଦ ପୁରୋହିତ, ସନ୍ତୋଷ ବେଦବାକ, ପ୍ରଫୁଲ୍ଲ ବଗର୍ତ୍ତି, ସୌମିତ୍ରୀ ସୁନା, ଚକ୍ରଧର ସାହୁ, ଶଶୀ ଭୂଷଣ ମହାକୁର ଅଯୋଧ୍ୟା ଯାଇଥିଲେ । ଏଥିରେ କାର ସେବକଙ୍କ ସହ ସୋନପୁର ସହଯୋଗ କରଥିବା କିଛି ବିଶିଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରଣ ଥିଲା । ସେଥି ମଧ୍ୟରୁ ଚାରି ଜଣ ସୁରେଶ କୁମାର ମିଶ୍ର, ଉପନନ୍ଦ ପୁରୋହିତ, ସନ୍ତୋଷ ବେଦବାକ, ପ୍ରଫୁଲ୍ଲ ବଗର୍ତ୍ତି ଯୋଗ ଦେଇଥିଲେ ।