ରାୟଗଡ ଜିଲ୍ଲା ଅଦାଲତର ସପ୍ତମତମ ବିଚାରପତିଙ୍କ ଦାୟିତ୍ୱଭାର ଗ୍ରହଣ

0 62

ରାୟଗଡ: ରାୟଗଡ ଜିଲ୍ଲା ଅଦାଲତରେ ସପ୍ତମ ତମ ଜିଲ୍ଲା ଜଜ ରୂପେ ବିକ୍ରମ କେଶରୀ ପଟ୍ଟନାୟକ ଗତକାଲି ଅଗଷ୍ଟ ୧୧ ତାରିଖରେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତାଙ୍କୁ ଅନୁଷ୍ଠାନିକ ଭାବେ କୋଭିଡ଼ ନିୟମ ମୁତାବକ ରାୟଗଡ ଓକିଲ ସଂଘ ସ୍ୱାଗତ କରିଥିଲେ । ଉକ୍ତ ସ୍ୱାଗତ ସଭାରେ ରାୟଗଡ ଓକିଲ ସଂଘର ସଭାପତି ଭି. ସନ୍ୟାସୀ ରାଜୁ ସଭାପତିତ୍ୱ କରିଥିଲେ ଓ ରାୟଗଡର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା ଏଡିଜେ ତିରଂଜନ ପାତ୍ର, ପି.ଏଲ.ଏ ଅଧ୍ୟକ୍ଷ୍ୟ ହିମାଂଶୁ ଶେଖର ବ୍ରହ୍ମା, ଏଡ଼-ହୋକ ପୋସ୍କୋ ସ୍ପେସିଆଲଟ୍ରାକ ଗଣେଶ୍ୱର ପତି, ପରିବାର ଅଦାଲତ ଜର୍ଜ ଆଶିଷ କୁମାର ତ୍ରିପାଠୀ, ସିଜେଏମ ମନୋରଞ୍ଜନ ଦାସ, ଏଏସଜେ ( ଏସଟିସି) ତଥା ରେଜିଷ୍ଟ୍ରାର ଶ୍ରୀମତୀ ପ୍ରତିମା ପାତ୍ର, ସିଭିଲ ଜର୍ଜ ସିନିଅର ଡିଭିଜନ ସୁଶାନ୍ତ କୁମାର ମିଶ୍ର, ସୋନାଲ ଶର୍ମା, ମନୋରଞ୍ଜନ ମିଶ୍ର, ଏସ. ଡି.ଜେ.ଏମ ରାଜେନ୍ଦ୍ର କୁମାର ଦାସ , ନ୍ୟାୟଧିକାରିଣୀ ଶ୍ରୀମତୀ ସୁଭାଶିନୀ ବେହେରା, ଜେ.ଏମ.ଏଫ.ସି. ଯୁଧିଷ୍ଠିର ଦଳେଇ, ଗୁରୁଚରଣ ଜେନାମଣି ଓ ରାୟଗଡ ଓକିଲ ସଂଘର କର୍ମକର୍ତ୍ତା ଓ ସଭ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଜଜ ବିକ୍ରମ କେଶରୀ ପଟ୍ଟନାୟକ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ଓ ମୁଁ ଷୋହଳ ବର୍ଷ ଓକିଲାତି କରିଥିଲି ଓ ଅନେକ ବିଚାର ବିଭାଗରେ ମଧ୍ୟ କାମ କରିଛି ବୋଲି କହିଥିଲେ ଏବଂ ଓକିଲମାନଙ୍କ ସହଯୋଗ କାମନା କରିଥିଲେ ବୋଲି ଓକିଲ ଲାବଣ୍ୟ ମୋହନ ପଟ୍ଟନାୟକ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − 4 =