୪ର୍ଥ ବାଟାଲିୟନ ସିଆରପିଏଫ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଜବତ

0 90

ରାୟଗଡ: ରାୟଗଡ-କଳାହାଣ୍ଡି ଜିଲ୍ଳା ସୀମାନ୍ତ କଳାହାଣ୍ଡି ଜିଲ୍ଳାର ବିଜେପୁର ଥାନା ଅଧିନସ୍ଥ ତ୍ରିଲୋଚନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାଡିଝୋଲା ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀକୁ ତିଲୋଚନପୁର ଠାରେ ନିୟୋଜିତ ଥିବା ୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ଉଦ୍ଧାର କରାଯାଇଛି । ଏଥିରେ ୨ଟି ଦେଶୀ ବନ୍ଧୁକ,୫ଟି ପଲିଥିନ୍‌ ସିଟ୍‌,୩୫ଟି ଜେଲେଟିନ୍‌ ଷ୍ଟିକ୍‌,ଗୋଟିଏ ବଣ୍ଡଲ ନମନୀୟ ତାର,ସାଧାରଣ ଖୋଲା ତାର ୧୦ମିଟର,ଗୋଟିଏ ଲେଖାଁଏ ରିମୋଟ୍‌, ଟେପ୍‌ ରେକର୍ଡର, ଚିମୁଟା, ୩ଟି ଷ୍ଟିଲ ଡବା, ୧୨ରୁ୧୫କେଜି ୟୁରିଆ, ୫୦ଟି ଡିଟୋନେଟର, ୪ଟି ଟର୍ଚ୍ଚ, ୩ଟି ସେଲୋ ଟେପ୍‌, ୫୦ ମିଟର ପ୍ଳାଷ୍ଟିକ୍‌ ରଶି, ୧୦ମିଟର ପ୍ଳାଷ୍ଟିକ ପତଳା ରଶି,୨ଟି ଛତା, ୯ଭୋଲଟର ୨ଟି ଓ ୧୨ଭୋଲଟର ଗୋଟିଏ ବେଟେରୀ, ୧୩ଟି ଏମ୍ପଟି କେସ୍‌,୪ଟି ନୁଡଲ ପ୍ୟାକେଟ ସହ ବଂଶଧାରା-ଘୁମସର-ନାଗାବଳୀ ଡିଭିଜନର ଏକ ମାଓ ବ୍ୟାନେର ଏବଂ ଅନ୍ୟାନ୍ୟ ପ୍ୟାକେଜିଂ ମ୍ୟାଟେରିଆଲ ଉଦ୍ଧାର କରାଯାଇଥିବା ନେଇ ସିଆରପିଏଫ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ନିଜସ୍ୱ ଗୁଇନ୍ଦା ସୂଚନା ପାଇବା ପରେ ରାୟଗଡ ଜିଲ୍ଲା ୪ର୍ଥ ବାଟାଲିୟନ ସିଆରପିଏଫ କମାଣ୍ଡଡେଂଟ ମନୋଜ କୁମାର ଯାଦବଙ୍କ ତତ୍ୱାବଧାନରେ ସେକେଣ୍ଡ ଇନ୍‌ କମାଣ୍ଡଡେଂଟ ଶ୍ରୀମତି ମିତୁ ରଏଙ୍କ ନେତୃତ୍ୱରେ ତ୍ରିଲୋଚନପୁର ଠାରେ ନିୟୋଜିତ ସିଆରପିଏଫ ଯବାନମାନେ ତାଡିଝୁଲା ଗ୍ରାମ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ପ?ରକ ଏବଂ ମାଓ ସାମଗ୍ରୀ ଉଦ୍ଧାର କରିଥିଲେ । ପ୍ରକାଶ ଥାଉ କି,ଗତ ସପ୍ତାହରେ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳିତ ହୋଇଯାଇଛି । ଶହୀଦ ଦିବସକୁ ଦୃଷ୍ଟିରେ ରଖି ରାୟଗଡ-କଳାହାଣ୍ଡି ଜିଲ୍ଳା ସୀମାନ୍ତରେ ଉଭୟ ଜିଲ୍ଳାର ଜିଲ୍ଳା ପୋଲିସ,ଡିଭିଏଫ,ସିଆରପିଏଫ,ବିଏସଏଫ ପକ୍ଷରୁ ଜୋରଦାର କୁମ୍ଭିଂ ଅପରେସନ୍‌ କରାଯାଉଛି । ନିଜର ସ୍ଥିତି ଜାହିର କରିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ସମୟରେ ମାଓହିଂସା ଭଳି କାର୍ଯ୍ୟକଳାପ ଗୁଡିକ କରାଯାଇଥାଏ । ତେବେ ମାଓ ଇଲାକାରେ ମାଓ ସଂଗଠନକୁ କଡା ଜବାବ୍‌ ଦେବାକୁ ଯାଇ ମାଓବାଦୀଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିବା ଲକ୍ଷ୍ୟରେ ପୋଲିସ ସୁରକ୍ଷା ବଳ ତରଫରୁ ଜୋରଦାର କୁମ୍ଭିଂ ଅପରେସନ୍‌ କରାଯାଇଥାଏ । ଆଜି ମଧ୍ୟ ତାଡିଝୋଲା ଗ୍ରାମ ନିକଟସ୍ଥ ନିୟମଗିରି ପାହାଡ ଅଂଚଳରେ କୁମ୍ଭିଂ ଅପରେସନ୍‌ ଚାଲୁଥିବା ବେଳେ ମାଓବାଦୀମାନେ ପୂର୍ବରୁ ଲୁଚାଇ ରଖିଥିବା ବିପୁଳ ପରିମାଣର ଉପରୋକ୍ତ ମାଓ ସାମଗ୍ରୀକୁ ଉଦ୍ଧାର କରିଥିଲେ । ଜବତ ହୋଇଥିବା ମାଓ ବ୍ୟାନରରେ ଗତ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଶହୀଦ ଦିବସ ପାଳନ ନିମନ୍ତେ ଆହ୍ୱାନ କରାଯାଇଥିବା ଉଲ୍ଲେଖ ରହିଥିବା ବେଳେ ଜମି-ଜଳ-ଜଙ୍ଗଲ ଅଧିକାର ସହିତ ସମସ୍ତ ପ୍ରକାର ଦୁର୍ନୀତି, ଶୋଷଣ, ଅତ୍ୟାଚାରକୁ ସମାପ୍ତ କରି ଶୋଷଣ ମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଆହ୍ୱାନ କରାଯାଇଛି । ଏଥିସହ ଶହୀଦଙ୍କ ଅଧୁରା ସ୍ୱପ୍ନକୁ ପୁରା କରନ୍ତୁ ଏବଂ ଶହୀଦମାନଙ୍କୁ ଶ୍ରଦ୍ଧାଂଜଳି ପୂର୍ବକ ଲାଲସଲାମ ଥାଇ ସିପିଆଇ ମାଓବାଦୀ ବାଘୁନା ଡିିଭିଜନ କମିଟି ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

16 − ten =