ସୁବର୍ଣ୍ଣପୁର ୯/୮- ଆଜି ହେଉଛି ଆଦିବାସୀ ଦିବସ । ଆଜିର ଦିନରେ ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଗୋଣ୍ଡ ସମାଜ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଶୋଭାଯାତ୍ରା ସହ ବିଭିନ୍ନ ଦାବି ସମୂହ ଉପସ୍ଥାପନ କରାଯାଇଛି । ଜିଲ୍ଲା ସଭାପତି ବିରାଜ ଭୁଏଙ୍କ ନେତୃତ୍ୱରେ ଆଜି ଶହେରୁ ଉର୍ଦ୍ଧ୍ୱ ଆଦିବାସୀ ଙ୍କ ପଟୁଆର ଏକ ଶୋଭାଯାତ୍ରାରେ ଯାଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ଜଂଗଲ ଜମି ଅଧିକାର,ଆଦିବାସୀ ଜନଜାତି କମିଶନ ଗଠନ ଭଳି ମୋଟ ୧୪ଗୋଟି ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।