ସମ୍ବଲପୁର : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ “ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସଭାପତି ଗିରୀଶ ପଟେଲ, ଉପଦେଷ୍ଟା ସତ୍ୟ ନାରାୟଣ ପଣ୍ଡା, ପ୍ରଦୀପ ବହିଦାର, ବିଧାୟକ ନାଉରି ନାୟକ, ଦାମୋଦର କର, ରାମ ଚନ୍ଦ୍ର ମେହେର, ଫଣି ମିଶ୍ର, ପ୍ରଦୀପ ବେହେରା, ଗିରିଜା ସାହୁ, ରାଜୀବ ସାହୁ, ଉପଲ ମଜୁମଦାର, ଅଶ୍ୱିନୀ ମାଝୀ, ଟୁକୁ ମହାନ୍ତି, କିଶୋର ମେହେର, ଅନୀଲ ବେହେରା, କାନହୁ ଶର୍ମା, ଜୟବ୍ରତ ଦେ ଓ ଦେବାଶିଷ ପୁରୋହିତ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଗୋ ଚାଲାଣ ନେଇ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ବାରମ୍ବାର ତାଗିଦ ଓ ଅନୁରୋଧ କରି ଆସୁଥିବା ସ୍ୱତ୍ତେ୍ୱ୍ୱ ବେଆଇନ ଗୋହତ୍ୟା ବିରୋଧରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ସମିତି ପକ୍ଷରୁ ନିନ୍ଦା କରାଯାଇଥିଲା ।
ବେଆଇନ କଂସେଇଖାନା ଗୁଡିକୁ ଭାଙ୍ଗିବାକୁ ଜିଲ୍ଲାପାଳ ଅନୁମତି ଦିଅନ୍ତୁ ବୋଲି ସେମାନେ ଏହି ଅବସରରେ ଦାବି କରିଥିଲେ । କେନ୍ଦ୍ରୀୟ ସହାୟତାରେ ସମ୍ବଲପୁରଠାରେ ଏକ ଦଶହଜାର ଗାଈ ରଖିବା ଭଳି ଗୋଶାଳା ନିର୍ମାଣରେ ସହଯୋଗ ପାଇଁ ୫୦ ଏକର ଜମି ଦେବାକୁ ଜିଲ୍ଲାପାଳ ପଦକ୍ଷେପ ନିଅନ୍ତୁ ।
Sign in
Sign in
Recover your password.
A password will be e-mailed to you.