ସୁବର୍ଣ୍ଣପୁର ଜିଲ୍ଲାରେ ଧାନକିଣା ଅବ୍ୟବସ୍ଥା ର ସମାଧାନ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

0 141

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ରବି ଧାନ କିଣାରେ ଅବ୍ୟବସ୍ଥା ଲାଗି ରହିଛି ଏହାର ସମାଧାନ ପାଇଁ ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଚଳିତ ଋତୁରେ ଚାଷୀଙ୍କ ଧାନ କିଣା, ଚାଷୀ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥାର ଭୁଲ ପ୍ରକ୍ରିୟା ପାଇଁ ଚାଷୀମାନେ ତାଙ୍କର ଧାନ ବିକ୍ରି କରି ପାରୁ ନାହାନ୍ତି । ଏହା ସହିତ ଟୋକନ ପାଇବା ଅବଧି କମ୍‌ ରହିଥିବାରୁ ଚାଷୀମାନେ ସଠିକ ଭାବରେ ସୂଚନା ନ ପାଇ ସେମାନଙ୍କ ଟୋକନ ସମୟ ଅବଧି ଶେଷ ହୋଇଯାଉଛି । ତେଣୁ ଚାଷୀଙ୍କୁ ଦିଆଯାଉଥିବା ଟୋକନର ସମୟ ସୀମାକୁ ବୃଦ୍ଧି ଓ ଖାରଜ ହୋଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ ହେଉ । ଏପରିକି କୁଇଣ୍ଟାଲ ପିଛା କଟନୀ ଛଟନି ବନ୍ଦ କରି ଏହାର ସମାଧାନ ଶୀଘ୍ର କରାଯାଉ । ନଚେତ ଗଣତାନ୍ତ୍ରିକ ପଦ୍ଧତିରେ ଆଗାମୀ ଦିନରେ ବିକ୍ଷୋଭ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ଗୌରୀ ଶ୍ୟାମ ପଣ୍ଡା, ଜିଲ୍ଲା ଆଇନ୍‌ ସେଲ ସଭାପତି, ସୁଧୀର କୁମାର ପଣ୍ଡା,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ,ରାଜେନ୍ଦ୍ର ମେହେର, ନିମାଇଁ ଚରଣ ପାଣିଗ୍ରାହୀ, ଜିଲ୍ଳା କିଷାନ ମୋର୍ଚ୍ଚା ସଭାପତି ନରେନ୍ଦ୍ର ପଣ୍ଡା, ମହିଳା କଂଗ୍ରେସ ସଭାପତି ସୂର୍ୟ୍ୟ କାନ୍ତି ବାଗ ଙ୍କ ସମେତେ ଅନେକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

twelve − three =