କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ

0 255

ଦଶପଲ୍ଲା : ଦଶପଲ୍ଲା କୁଆଁରୀଆ ନଦୀରୁ ଚାଲିଛି ବେଆଇନ ବାଲି ଚାଲାଣ । ଦିନ ଦ୍ୱିପହରେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ଏନଏସି ସ୍ଥିତ ମହୁଲିଆ ଛକ ନିକଟରେ ଥିବା କୁଆଁରୀଆ ରାସ୍ତାରେ ନଦୀରୁ ବାଲି ଖୋଳି ବେଆଇନ ଭାବେ ଚାଲିଛି ଏହି ବାଲି ଚାଲାଣ । ଦଶପଲ୍ଲା ତହସିଲ ଅଫିସରୁ ଏହି ସ୍ଥାନରୁ ବାଲି ଚାଲାଣ ପାଇଁ ବାରଣ କରା ଯାଇଥିବା ବେଳେ ସିମେଣ୍ଟ ଖୁଣ୍ଟି ପୋତି ବାଲି ଚାଲାଣକୁ ବନ୍ଦ କରାଯାଇଛି । ମାତ୍ର ଏହାକୁ ଖାତିରି ନ କରି ଏହି ବାଲି ଚାଲାଣ ଚାଲିଛି । ବିଭିନ୍ନ ସମୟରେ ଦଶପଲ୍ଲା ତହସିଲଦାର ଓ ଅତିରିକ୍ତ ତହସିଲଦାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ବାଲି ଚାଲାଣକୁ ବନ୍ଦ କରିବା ସହ ଟ୍ରାକ୍ଟର ମାଲିକ ମାନଙ୍କଠାରୁ ଫାଇନ ଆଦାୟ କରି ବାହା ବାହା ନେଉଥିବା ବେଳେ କୁଆଁରୀଆରୁ ବେଆଇନ ଭାବେ ଚାଲିଛି ବାଲି ଚାଲାଣ । ଏଥିପ୍ରତି ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ଆଖି ବନ୍ଦ କରି ଦେବା ପରି ମନେ ହେଉଛି । ଛୋଟ ବାଲିମାଫିଆମାନଙ୍କୁ ଧରି ବଡ଼ମାନଙ୍କୁ ଛାଡ଼ି ଦିଆଯାଉଛି ବୋଲି ଆଲୋଚନା ହେଉଛି । ଏପରିକି ଦଶପଲ୍ଲା ତହସିଲ ପକ୍ଷରୁ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଠାରୁ ମାସିକିଆ ଚାନ୍ଦା ନେଇ ଏହି ବେଆଇନ ବାଲି ଚାଲାଣକୁ ଛାଡ଼ି ଦିଆଯାଉଥିବା ମଧ୍ୟ ଆଲୋଚନା ହେଉଛି । ପୂର୍ବରୁ ସରକାରୀ ଭାବେ କୁଆଁରୀଆର ଏହି ସ୍ଥାନରୁ ବାଲି ଚାଲାଣ ପାଇଁ ଅନୁମତି ଦିଆଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରି ଦିଆଯାଇଛି । ଦଶପଲ୍ଲା ତହସିଲ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

20 + 5 =