୧୧ ଦଫା ଦାବିକୁ ନେଇ ବାମପନ୍ଥୀମାନଙ୍କ ମିଳିତ ବିକ୍ଷୋଭ ପ୍ରଦର୍ଶନ

0 123

ସମ୍ବଲପୁର : ସ୍ଥାନୀୟ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାମପନ୍ଥୀ ଦଳମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଳିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ୧୧ ସୂତ୍ରୀୟ ଦାବିପତ୍ର ପଠାଯାଇଥିଲା । ଏହି ଦାବିପତ୍ର ଅନୁସାରେ ଡିଜେଲ, ପେଟ୍ରୋଲ ଓ ଅନ୍ୟ ଖାଉଟୀ ଦ୍ରବ୍ୟମାନଙ୍କ ଦରବୃଦ୍ଧି ବନ୍ଦ କରାଯାଉ । ଏହା ସହିତ କରୋନା ମହାମାରୀ ପରି ସଙ୍କଟକାଳରେ ଶ୍ରମିକମାନଙ୍କୁ ଉପଯୁକ୍ତ ଆର୍ଥିକ ସାହାଯ୍ୟ ପ୍ରଦାନ, ସ୍ଥାନୀୟ ରେଙ୍ଗାଲି ଠାରେ ଶ୍ରମିକଙ୍କ ପାଇଁ ମଞ୍ଜୁରୀ ପ୍ରାପ୍ତ ୫୦ ଶଯ୍ୟାର ହସ୍ପିଟାଲ ନିର୍ମାଣ, ଏଠାକାର କଳକାରଖାନାରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର, ଶ୍ରମିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ମୃତ ଶ୍ରମିକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ତଥା ସ୍ଥାନୀୟ ବସନ୍ତପୁର ଓ ସାହାଜବାହାଲରେ ଚାଷୀମାନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ କରାଯାଉ ଆଦି ପ୍ରମୁଖ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

12 − 2 =