ଦାରିଙ୍ଗବାଡି ଅଂଚଳରେ ସରକାରୀ ଜମି ମାଫିଆଙ୍କ ରାଜ,୨ଜଣଙ୍କୁ ଗିରଫ କଲା ପୋଲିସ

0 80

ଦାରିଙ୍ଗବାଡି :ଦାରିଙ୍ଗବାଡ଼ି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏକ ସରକାରୀ ଜମିକୁ ନିଜର ଦର୍ଶାଇ ସେଠାରେ ଜଣେ ବ୍ୟକ୍ତି କରିଥିବା ଘର ଭଙ୍ଗାରୁଜା ସହ ଗଣ୍ଡଗୋଳ କରି ଫେରାର୍‌ ଥିବା ବାପପୁଅଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି । ସେମାନେ ହେଲେ ଦାରିଙ୍ଗବାଡ଼ିର ପୀତବାସ ମାଳବିଷୋୟୀ ଏବଂ ତାଙ୍କ ପୁଅ ଆଲୋକ ମାଳବିଷୋୟୀ । ଉଭୟ ବାପ ପୁଅ ଜିଲା ବାହାରେ ଆତ୍ମଗୋପନ କରିଥିବା ବେଳେ ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ସାଇବର ଏକ୍ସପର୍ଟ ସବ-ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଉଭୟଙ୍କ ଫୋନ ନମ୍ବର ଟ୍ରାକିଂ କରି ଗିରଫ କରିଥିଲେ । ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି । ସୂଚନା ପ୍ରକାରେ ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଲୋହରା ସାହି ନିକଟରେ ରହିଥିବା ସରକାରୀ ଜମି( ଖାତା ନଂ- ୩୬୯,ପ୍ଲଟ ନଂ-୮୫୬) ଉପରେ ଗୌଡ଼ସାହି ଗ୍ରାମର କିଳା ନାୟକ ନାମକ ଜଣେ ମହିଳା ଏକ ଘର କରିଥିବା ବେଳେ ପିତବାସ ମାଳବିଷୋୟୀ ଓ ପୁଅ ଆଲୋକ ମାଲବିଷୋୟୀ ଦୁହେଁ ମିଶି ଏହି ଜାଗା ଆମର କହି ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମାନ ଚୋରି କରି ନେଇଥିଲେ । ଏପରିକି ଉକ୍ତ ମହିଳାଙ୍କୁ ବାପ,ପୁଅ ମିଶି ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲେ । ଏହାପରେ ମହିଳା ଜଣକ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାମଲା ନଂ ୭୩/୨୧ ରୁଜୁ କରିଥିବା ବେଳେ ସବ ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

hiranchal ad1
Leave A Reply

Your email address will not be published.

two × five =