ଜନବିରୋଧ ସତ୍ତ୍ବେ ଗହଳି ଅଞ୍ଚଳରେ କୋଭିଡ ହସ୍ପିଟାଲ

0 111

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ତୃତୀୟ ଲହରୀର ସହିତ ଆଗାମୀ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ତୃତୀୟ କୋଭିଡ ହସ୍ପିଟାଲ ରୂପେ ବିକାଶ ସିଟି ହସ୍ପିଟାଲର ଘୋଷଣାକୁ ସ୍ୱାଗତ କରାଗଲା । କିନ୍ତୁ ଏଥିପାଇଁ ନଗର ମଝିରେ ଜନଗହଳି ପୂର୍ଣ୍ଣ ଗୋଲବଜାର ଅଞ୍ଚଳରେ ସ୍ଥାନ ନିରୂପଣକୁ ଘୋର ବିରୋଧ କରାଯାଉଛି ଓ ଚିନ୍ତାର ବିଷୟ ଯେ ଏସବୁ ବିରୋଧ ସତ୍ତେ୍ୱ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ଏହା ଖୋଲାଯାଇଛି । ଗତକାଲି ଏଥିପାଇଁ ଉକ୍ତ ଭବନ ସାମ୍ନାରେ ସାଇନ ବୋର୍ଡ ଖଞ୍ଜା ଯାଇଛି । ଏଠାରେ ଏହାର ପ୍ରବଳ ବିରୋଧର ମୁଖ୍ୟ କାରଣ ହେଉଛି, ଏକ ତ ଏହା ଏକ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଅବସ୍ଥିତ । ଉକ୍ତ ଭବନ ସହିତ ସଂଲଗ୍ନ ଦୁଇଟି ବ୍ୟାଙ୍କ ଓ କିଛି ଆର୍ଥିକ ଅନୁଷ୍ଠାନ ସକ୍ରିୟ ରହିଛି ତଥା ସାମ୍ନାରେ ଏକ ହୋଟେଲ ଓ ପାଖରେ ଏକ ପ୍ରାଚୀନ ମଜାର ଓ ଶକ୍ତି ମନ୍ଦିର ରହିଛି । ଏସବୁ କାରଣରୁ ଉକ୍ତ ଅଞ୍ଚଳର ସବୁବେଳେ ଜନଗହଳି ରହୁଛି । ଏହା ବ୍ୟତୀତ ଉକ୍ତ ଭବନର ଆବର୍ଜନା ଓ ଜଳ ନିଷ୍କାସନ ବ୍ୟବସ୍ଥା ଏକ କୋଭିଡ ହସ୍ପିଟାଲ ପାଇଁ ଉପଯୁକ୍ତ ନୁହେଁ । ସାମ୍ନାରେ ଏକ ମୁଖ୍ୟ ସଡ଼କ ରହିଛି ଯେଉଁଠାରେ ଦିନ ତମାମ ଯାତାୟାତ ଲାଗି ରହିଥାଏ । ସ୍ଥାନୀୟ ଓ ଆଖପାଖ ଲୋକେ ଏହାକୁ ନେଇ ସର୍ବଦା ଆତଙ୍କିତ ରହୁଛନ୍ତି ସେ ଯଦି ସେମାନେ ସଙ୍କ୍ରମଣ ର ଶିକାର ହୁଅନ୍ତି ତେବେ ତାଙ୍କ ରକ୍ଷା କିଏ କରିବ ?

hiranchal ad1
Leave A Reply

Your email address will not be published.

nineteen − 1 =