ବେଆଇନ ମାଙ୍କଡା ପଥର ବୋଝେଇ ଗାଡିକୁ ଧରିଲା ପୁଲିସ

0 110

ଚଣ୍ଡିଖୋଲ : ଦୀର୍ଘ ଦିନ ହେବ ବେଆଇନ ଲଘୁଖଣିଜ ପରିବହନ ଲୁଟେରାଙ୍କ ଉପରେ ଏବେ ପ୍ରଶାସନର କଡା ନଜର ରହିଛି । ନୂତନ ଭାବେ ଯୋଗ ଦେବା ପରେ ଦର୍ପଣ ତହସିଲଦାରଙ୍କ ଟିମ ଅଳ୍ପ କିଛି ଦିନ ମଧ୍ୟରେ ଅନେକ ବେଆଇନ ଲଘୁଖଣିଜ ଲୁଟେରାଙ୍କ ଗାଡି ଧରି ଲକ୍ଷାଧିକ ଟଙ୍କା ଜରିମାନା ଅସୁଲ କରିଛନ୍ତି । ବଡଚଣା ପୋଲିସ ମଧ୍ୟ ବିଭିନ୍ନ ସମୟରେ ଏହି ବେଆଇନ ଲଘୁଖଣିଜ ପରିବହନକାରୀଙ୍କ ଉପରେ ଚଢାଉ ଜାରି ରଖିଛି । କିନ୍ତୁ କ୍ଷାମତାର ଦୂରୁପଯୋଗ କରି ୧୬ନଂ ଜିଲ୍ଲାପରିଷଦଙ୍କ ସ୍ୱାମୀ ଆଇନ କାନୁନ ନମାନି ଦୀର୍ଘ ଦିନ ହେବ ବେଆଇନ ଲଘୁଖଣିଜ ପରିବହନ କରି ଆସୁଛନ୍ତି । ଓଆର ୦୪ସି ୬୦୩୫ ନଂ ଟ୍ରକ ଯୋଗେ ମାଙ୍କଡା ପଥର ପରିବହନ କରି ବହୁବାର ପ୍ରଶାସନିକ ଅଧିକାରୀଙ୍କ ଚଢାଉରେ ଧରା ପଡି ସାମାନ୍ୟ କିଛି ଜରିମାନା ଦେଇ ଖସିଯିବାରେ ସଫଳ ହେଉଛନ୍ତି । ବୁଧବାର ଦିନ ୧୬ନଂ ଜାତୀୟ ରାଜପଥ ବଡଚଣା ଠାରେ ପୋଲିସ ତନଖିରେ ପୁନର୍ବାର ସେହି ଗାଡି ବେଆଇନ ମାଙ୍କଡା ପଥର ବୋଝେଇ କରି ଯାଉଥିବା ସମୟରେ ଧରାପଡିଛି । ବଡଚଣା ଥାନା ଅଧିକାରୀ ଗାଡିକୁ ଜବତ କରି ମାଇନର ମିନେରାଲ ଆକ୍ଟ ୨୧ ରେ କେସ୍‌ ରୁଜୁ କରିଛି । ଗାଡିର ଆବଶ୍ୟକୀୟ କାଗଜପତ୍ର ସଠିକ ନଥିବା ଓ ବେଆଇନ ଲଘୁଖଣିଜ ପରିବହନ କରୁଥିବା ଅଭିଯୋଗରେ ବଡଚଣା ପିଏସ କେସ ନଂ ୨୫୨/୨୧ରେ ଦଫା ୩୭୯,୪୧୧, ଆଇପିସି ଧାରା ୩୪ ବଳରେ ଚାଳକଙ୍କୁ କୋର୍ଟଚାଲାଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

8 − three =