କୃଷିମନ୍ତ୍ରୀ ହ୍ୱାଟ୍ସଅପ୍ ଗ୍ରୁପରେ ୯ଲକ୍ଷ ଚାଷୀ

0 95

ଭୁବନେଶ୍ୱର: କୃଷିମନ୍ତ୍ରୀ ଡ.ଅରୁଣ ସାହୁ ରାଜ୍ୟର କ୍‌ୃଷକମାନଙ୍କ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଚାଷୀଭାଇଙ୍କୁ ଲାଭ ପହଞ୍ଚାଇବା ପାଇଁ ଉଦ୍ୟମ କରିଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ତଥା ହ୍ୱାଟ୍ସଅପ୍ ଗ୍ରୁପରେ ରାଜ୍ୟର ପ୍ରାୟ ୯ଲକ୍ଷ ୨୦ହଜାର ଚାଷୀଙ୍କୁ ଯୋଡି ଚାଷ କାର୍ଯ୍ୟର ଗୁରୁତ୍ୱପୂର୍ଣ୍ଣ ସୂଚନା, କୌଶଳ ବିକାଶ ସଂପର୍କରେ ଆବଶ୍ୟକ ସୂଚନା ଦେବା ପାଇଁଁ ଉଦ୍ୟମ କରୁଛନ୍ତି । ଏ ସଂପର୍କରେ ମନ୍ତ୍ରୀ ଡ.ସାହୁ କହିଛନ୍ତି ବର୍ତ୍ତମାନ ରାଜ୍ୟ ସରକାର ୫-ଟି ଗୁରୁତ୍ୱ ଦେଉଥିବାରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ଚାଷୀମାନଙ୍କୁ ଉପଯୋଗୀ କୃଷି, ମତ୍ସ୍ୟ ଓ ପଶୁସଂପଦ ବାର୍ତ୍ତା, ବିଭିନ୍ନ ଅର୍ଥକାରୀ ଉଦ୍ୟାନ, ପାଣିପାଗ ଓ ପ୍ରାକୃତିକ ଦୁର୍ବିପାକ ସମ୍ବନ୍ଧୀୟ ସୂଚନା ଯୋଗାଇବା ସହିତ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟର ବଜାର ଚାହିଦା, ବଜାର ଦର ଓ ବିପଣନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛନ୍ତି । ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଚାଷୀଙ୍କ ପାଖରେ ଏବେ ମୋବାଇଲ ଫୋନର ଉପଲବ୍ଧା ଅନୁଭବ କରାଯିବା ପରେ ସରକାର ଏଭଳି ପଦକ୍ଷେପ ନେଇ ଚାଷୀଙ୍କୁ ସୂଚନା ପ୍ରଦାନ କରୁଛନ୍ତି । ଏହା ଫଳରେ ଚାଷୀ ପାରଂପରିକ କୌଶଳ ପରିବର୍ତ୍ତେ ଆଧୁନିକ ପଦ୍ଧତିରେ କୃଷିପ୍ରଣାଳୀ ଜାଣିପାରିବା ସହିତ ବିଭିନ୍ନ ଆଗୁଆ ସୂଚନା ପ୍ରଦାନ କରି ଚାଷୀଙ୍କ ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଉଦ୍ୟମ କରୁଛନ୍ତି । ଏହି ଉଦ୍ୟମ ସରକାର ଆଗକୁ ଚାଲୁ ରଖିବେ ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ ।

hiranchal ad1
Leave A Reply

Your email address will not be published.

three × 2 =