ଭୁବନେଶ୍ୱର: ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍ ସହାୟତା । ଭୂମିହୀନ ଚାଷୀଙ୍କୁ ସରକାର ଅତିରିକ୍ତ ହଜାରେ ଟଙ୍କା ଲେଖାଏଁ କୋଭିଡ୍ ସହାୟତା ଯୋଗାଇବାକୁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ।