ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୀମାଞ୍ଚଳ, ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି

0 132

ଗଞ୍ଜାମ: ଛତ୍ରପୁର ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୀମାଞ୍ଚଳକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସ୍ତ୍ରୀ ଓ ପୁଅ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସ୍ୱାମୀକୁ କିପରି ସେଠାରୁ ଫେରାଇ ଆଣି ଏଠାରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ସ୍ତ୍ରୀ ସୁପ୍ରଭା ରାଉତ କୋହଭରା କଣ୍ଠରେ ନିବେଦନ କରିଛନ୍ତି । ଖଲ୍ଲିକୋଟ ତୋଟାଗାଁର ସୀମାଞ୍ଚଳ ରାଉତ ନିଜ ପରିବାର ଚଳାଇବା ସହ ଦୁଇ ପୁଅକୁ ଭଲ ପାଠ ପଢାଇବା ଆଶାରେ ୨୦୧୭ ମସିହାରେ ବିଦେଶ ଯାଇଥିଲେ । ସେ ଆରବ ଦେଶର ବାହାରିନର ଏନଏସଏଚ ନାମକ ଏକ କମ୍ପାନୀରେ କାମ କରି ଭଲ ଦି’ପଇସା ରୋଜଗାର କରୁଥିଲେ । କିନ୍ତୁ ତାଙ୍କରି ଏହି ହସ ଖୁସି ପରିବାରରେ ଏକ ଝଡମାଡି ଆସିଲା । ଗତ ଜୁଲାଇ ୧୮ ରେ ସିମାଚଂଳଙ୍କ ମସ୍ତିଷ୍କରୁ ରକ୍ତସ୍ରାବ ହେବା ପରେ ସେ ପକ୍ଷଘାତ ହୋଇଗଲେ । ଏହି ସମୟରେ ତାଙ୍କ ନିକଟରେ ଦେବଦୂତ ଭାବେ ସେଠାକାର ଓଡିଆ ସମାଜର ପ୍ରତିଷ୍ଠାତା ଆଗକୁ ଆସି ମେଡିକାଲରେ ରଖି ଚିକିତ୍ସା କରାଉଛନ୍ତି । ଅନ୍ୟପଟେ ଏହି ଖବର ପରିବାର ଲୋକମାନେ ଜାଣିବା ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଘରର ମୁରବି ବିଦେଶରେ ମରଣ ସହ ଲଢୁଥିବା ବେଳେ କିପରି ସେ ସୁସ୍ଥ ହୋଇ ଘରକୁ ଫେରିବେ ସେ ଚିନ୍ତାରେ ପଡିଯାଇଛନ୍ତି ପରିବାର । ବର୍ତ୍ତମାନ ସୀମାଞ୍ଚଳ ସେଲମାନିଆ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଜଣେ ଓଡିଆ ଭାଇକୁ ସାହାଯ୍ୟ କରିବା ପାଇଁ ଓଡିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ ସୀମାଞ୍ଚଳଙ୍କ ନିକଟରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଉଛନ୍ତି । ବର୍ତ୍ତମାନ ସୀମାଞ୍ଚଳ କୋମାରେ ରହୁଥିବା ବେଳେ କିପରି ସେଠାରୁ ନିଜ ଭିଟାମାଟିକୁ ଫେରିବ ସେନେଇ ଆଜି ତାଙ୍କ ପରିବାର ଛତ୍ରପୁର ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twenty − 5 =