ଲଗାୟତ ପ୍ରତିଦିନ ଶତାଧିକ ଆକ୍ରାନ୍ତ ଯୋଗୁଁ ଚିନ୍ତା : ଆଜି ପୁଣି ନୂଆ ୧୦୭ଜଣ ପଜିଟିଭ ଚିହ୍ନଟ

0 126

ସମ୍ବଲପୁର,
ଚାରି ସପ୍ତାହ ପାଖାପାଖି ହୋଇଗଲା, ସମ୍ବଲପୁର ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ରହି ଆସୁଛି ଓ ଯେତେ ଆକଟ କଲେ ମଧ୍ୟ ଲୋକେ ଆଉ କଟକଣା କୁ ଖାତିର କରୁନାହାନ୍ତି । ଜନସାଧାରଣଙ୍କ ସହିତ ପ୍ରଶାସନ ମଧ୍ୟ ଏହାଦ୍ୱାରା ଚିନ୍ତିତ ରହିବା ସ୍ୱାଭାବିକ, କିନ୍ତୁ ଏହା କୌଣସି ପ୍ରତିକାର ଦୃଷ୍ଟି କୁ ଆସୁନାହିଁ । ଦୈନିକ ସଂକ୍ରମଣ ହାର ଶତାଧିକ ରହୁ ଥିବାରୁ ଅନେକଙ୍କ ମନରେ ଆଶଙ୍କା ମଧ ହେଉଛି ଯେ ଆମ ସ୍ଥିତି ଗୋଷ୍ଠୀ ସପ୍ସକ୍ରମଣ ଆଡକୁ ଇଙ୍ଗିତ କରୁନାହିଁ ତ ? କିନ୍ତୁ ଏବିଷୟରେ ରାଜ୍ୟ ସରକାରଙ୍କ ଗହନ ନୀରବତା ଆହୁରି ଚିନ୍ତା ବଢାଉଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲା ରେ ୧୦୭ଜଣ ନୂଆ ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି । ଆଜିକାର ସ୍ଥିତି ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୧ରେ ପହଞ୍ଚିବା ସ୍ଥଳେ ଏମାନଙ୍କ ମଧ୍ୟ ରୁ ୫୧୫୯ ଜଣ ସୁସି ହୋଇ ଘରକୁ ଫେରିଛନ୍ତି ଓ ୨୨ଜଣଙ୍କ ମୃତ୍ୟୁ ହୋଇଛି । ବାକି ସକ୍ରିୟ ୧୨୩୦ ଜଣଙ୍କ ମଧ୍ୟରୁ ସମ୍ବଲପୁର ଜିଲ୍ଲା କୋଭିଡ ହସ୍ପିଟାଲ ରେ ୧୩୦ ଜଣ, ବୁର୍ଲା କୋଭିଡ କେୟାର ସେଣ୍ଟର ରେ ୧୯୦ ଜଣ, କୋଭିଡ କେୟାର ହୋମରେ ୧୦ ଜଣ ତଥା ହୋମ ଆଇସୋଲେଶନ ଓ କୋଭିଡ କେୟାର କେନ୍ଦ୍ର ମାନଙ୍କ ରେ ପ୍ରାୟ ୮୦୦ ଜଣଙ୍କ ଚିକିତ୍ସା ଚାଲିଛି ।

hiring

hiranchal ad1
Leave A Reply

Your email address will not be published.

12 − 6 =