ସୁବର୍ଣ୍ଣପୁର: ଅନେକ କଟକଣା ସତ୍ତ୍ୱେ ବୋଲମାନୁନି କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ି ୧୧୩ ଛୁଇଁଲା

0 216

ସୋନପୁର : କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଅନେକ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ଆଜିପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୧୩ ରେ ପହଞ୍ଚିଛି ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୮୧ଜଣ ସୁସ୍ଥହୋଇ ନିଜ ନିଜର ଘରକୁ ଫେରିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୋନପୁର ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୦ ପଟାଭାଡି ବନ୍ଧପଡ଼ାର ସ୍ୱାମୀ (୨୭) ଓ ସ୍ତ୍ରୀ (୨୧) ଚିହ୍ନଟ ହୋଇଥିଲା ବେଳେ ଉକ୍ତ ୱାର୍ଡ଼ରୁ ହିଁ ସମୁଦାୟ ୬ଜଣ ଚିହ୍ନଟ ହୋଇଛନ୍ତି ।ସେହିପରି ଆଜି ଆକ୍ରାନ୍ତ ଙ୍କ ମଧ୍ୟରେ ସୋନପୁର ବ୍ଳକର ବହିରଖମନ ଅଞ୍ଚଳର ଜଣେ ୬୦ବର୍ଷିୟ ବ୍ୟକ୍ତି ଅଛନ୍ତି । ସମସ୍ତେ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ସେହିପରି ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଆଦେଶ କ୍ରମେ ପଟାଭାଡିର କିଛି ଅଞ୍ଚଳକୁ ଓ ବହିରଖମନର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରିଛନ୍ତି । ପଟାଭାଡିର ଉକ୍ତ ଅଞ୍ଚଳରେ ୧୨ ଟି ପରିବାର ଓ ବହିରଖମନର ୧୩ ଟି ପରିବାର ଉକ୍ତ ଜୋନରେ ରହିଥିବା ହେତୁ ଉକ୍ତ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳ ଓ ଦୋକାନବଜାରକୁ ସଂପୂର୍ଣ୍ଣ ନିଷେଧ କରି ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ସୂଚନା ମିଳିଛି । ସେହିପରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତର ପହଣ୍ଡି ଗ୍ରାମରେରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୧ରେ ପହଞ୍ଚିଛି । ଏହି ଗ୍ରାମରେ ପରିବାର ସଂଖ୍ୟା ୬୫ ରହିଥିବା ବେଳେ ଅଧିବାସୀଙ୍କ ସଂଖ୍ୟା ୩୫୦ ରହିଛି । ଏକ ଛୋଟିଆ ଗ୍ରାମରୁ ଏତେ ସଂଖ୍ୟକ ପଜିଟିଭ କେସ ବାହାରିବା ପରେ ଉକ୍ତ ଅଞ୍ଚଳରେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଉକ୍ତ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ସ୍ୱାବ୍ ଟେଷ୍ଟ କରାଇବା ପାଇଁ କିଛି ଗ୍ରାମବାସୀ ଅମଙ୍ଗ ହେଉଥିବା ଜଣାପଡିଛି । ତାଙ୍କୁ ଠିକଭାବେ ରାସନ ସାମଗ୍ରୀ ମିଳୁନଥିବାର ଅଭିଯୋଗ କରିଛନ୍ତି । ଡ଼ ।କ୍ତରୀ ଟିମର ବହୁ ବୁଝାସୁଝା ପରେ ଉକ୍ତ ଅଞ୍ଚଳର ୧୨ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ମେଡ଼ିକାଲ ଅଫିସର ପାର୍ଥ ପ୍ରତିମ ପଣ୍ଡା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

12 − 12 =