ରାସ୍ତା ପାଇଁ ଜମି ଦେଇ ଚାଷୀମାନେ ମଣିଷକୃତ ବନ୍ୟାରେ କ୍ଷତିଗ୍ରସ୍ତ

0 239

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ଅନ୍ତର୍ଗତ ବରଗାଁ ଚାଷୀ ରାସ୍ତା ତିଆରି ପାଇଁ ସରକାରଙ୍କୁ ଜମି ଦାନ କରିଥିଲେ । ରାସ୍ତା ତିଆରି ହେଲା କିନ୍ତୁ ସେଇ ରାସ୍ତା ଆଜି ଚାଷୀମାନଙ୍କ ପାଇଁ ବିପଦ ହୋଇଛି । ବହଲପଦର ଛକ ଠାରୁ ବରଗାଁ ରାସ୍ତାର ଗୋଟେ ପାର୍ଶ୍ୱରୁ ଆର ପାଖକୁ ପାଣି ନିଷ୍କାସନ ବ୍ୟବସ୍ଥା ପ୍ରତି ଯନ୍ତ୍ରୀ, ଠିକାଦାରଙ୍କ ଅଣଦେଖା ଅଭିଯୋଗ ହେଉଛି । ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ବି କେହି ଚାଷୀମାନଙ୍କ ସମସ୍ୟା ସମାଧାନ ପ୍ରତି ଯତ୍ନବାନ ନୁହଁନ୍ତି । ଏବେ ନିଷ୍କାସିତ ନ ହୋଇ ପ୍ରାୟ ୫ ଏକରରୁ ଅଧିକ ଜମିର ଧାନ ପାଣିରେ ବୁଡି ରହିଛି । ଧାନ ନଷ୍ଟ ହେବା ଆଶଙ୍କାରେ ଚାଷୀମାନଙ୍କ ହଜିଯାଇଛି ନିଦ । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗକୁ ବର୍ଷା ଅଧିକ ହେବ । ତେଣୁ ପାଣି ନିଷ୍କାସନ ବ୍ୟବସ୍ଥା ନ ହେଲେ ଆହୁରି ଅଧିକ ଚାଷ ପ୍ରଭାବିତ ହେବ । ଚାଷ ହୁଡିଲେ ବର୍ଷେ । ତେଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପଦାଧିକାରୀ ତୁରନ୍ତ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ଗନ୍ଧର୍ବ ନନ୍ଦ, ଝାଟୁ ନନ୍ଦ, କ୍ଷେତ୍ର ଘିବେଲା, ନେତ୍ର ଘିବେଲା ଦାବୀ କରିବା ସହ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଦାନ ଦେଇଥିବା ଜମି ଠାରୁ ଅଧିକ ଜମି ରାସ୍ତା ତିଆରି ପାଇଁ ବ୍ୟବହାର ପରେ ଚାଷ ବୁଡି ନଷ୍ଟହେବା ବୋଝ ଉପରେ ନଳିତା ବିଡା । ଅନ୍ୟ ପଟେ ସରକାରୀ ଜମି ଜବରଦଖଲ କରି ପୋଲ ବନ୍ଦ କରିବାରେ ଠିକାଦାରଙ୍କ କର୍ମଚାରୀ ସାମିଲ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × five =