ବୌଦ୍ଧ – କଣ୍ଟାମାଳ ବ୍ଲକ୍ ଖୁଣ୍ଟିଗୋରା ଗ୍ରାମରେ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ପ୍ରହଲ୍ଲାଦ ସେଠୀ ଖୁଣ୍ଟି ଗୋରା ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ଠାରୁ ଆସନ୍ତା ୭ ତାରିଖ ସକାଳ ୯ ଘଣ୍ଟା ଯାଏଁ ଖୁଣ୍ଟି ଗୋରା ଗ୍ରାମ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଉକ୍ତ ସମୟ ମଧ୍ୟରେ ଅତି ଆବଶ୍ୟକ ନ ହେଲେ ଘରୁ କେହି ନ ବାହାରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି । ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ୭୨ ଘଣ୍ଟା ଯାଏଁ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ଜଣାପଡିଛି ।