ସଂକ୍ରମଣ କମିବା ସହିତ ସୁସ୍ଥତାହାର ବଢିଛି: ସମ୍ବଲପୁର ଜିଲ୍ଲାରେ ନୂଆ ୭୩ ପଜିଟିଭ ଚିହ୍ନଟ

0 94

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ସ୍ଥିତିରେ ସାମାନ୍ୟ ଉନ୍ନତି ସହ ସଂକ୍ରମଣ କମିଛି ଓ ସୁସ୍ଥତାହାର ବଢିଛି, ଯାହାକି ବର୍ତ୍ତମାନ କରୋନା ସଂକଟକାଳରେ କିଛି ଆଶ୍ୱସ୍ତି ଆଣି ଦେଇଛି । ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ରେ ନୂଆ ପଜିଟିଭ ରୂପେ ୭୩ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ଏପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସମୁଦାୟ ସଂଖ୍ୟା ୬୫୯୦ ରେ ପହଞ୍ଚିଛି, ଏମାନଙ୍କ ମଧ୍ୟରୁ ୫୪୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨୩ଜଣଙ୍କ ମୃତ୍ୟୁହେଲା ପରେ ବାକି ୧୧୫୨ ଜଣଙ୍କ ବିଭିନ୍ନ କୋଭିଡ ଚିକିତ୍ସା କେନ୍ଦ୍ରମାନଙ୍କରେ ଚିକିତ୍ସା ଚାଲିଛି । ଜିଲ୍ଲା ପାଇଁ ସବୁ ଠାରୁ ଆଶ୍ୱସ୍ତିର ବିଷୟ ଯେ ସୁସ୍ଥତାହାର ରେ ସୁଧାର ଆସିବା ସହିତ ଏହା ବର୍ତ୍ତମାନ ୮୩.୯୦ ପ୍ରତିଶତ ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ସଂକ୍ରମିତଙ୍କ ହାର ପ୍ରାୟ ୧୬ ପ୍ରତିଶତରୁ ଅଳ୍ପ କମ ରହିଛି ଓ ମୃତ୍ୟୁହାର ୦.୦୪ ପାଖାପାଖି ରହିଛି, ଯାହାକି ଲୋକଙ୍କ ପାଇଁ ଗ୍ରହଣୀୟ ହୋଇ ପାରୁ ନାହିଁ । ଆଜି ପାଇଁ ଏକ ଆଶ୍ୱସ୍ତି ର ବିଷୟ ଯେ ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ରହିବା ପରେ ଆଜି ସ୍ଥିତିରେ କିଛି ଉନ୍ନତି ସହିତ ଏହା ୭୩ ରେ ଅଟକିଛି । କରୋନା ସଂକ୍ରମଣ ଯୋଗୁଁ ନିରନ୍ତର ମୃତକ ଙ୍କ ସଂଖ୍ୟା ବଢି ଚାଲିଥିବା ପରିପ୍ରେକ୍ଷୀରେ ପ୍ରଶାସନ ଏବିଷୟରେ ପ୍ରକୃତ ତଥ୍ୟ ଚାପି ରଖିବା ଅଭିଯୋଗ ଜନସାଧାରଣ ଙ୍କୁ ବ୍ୟତିବ୍ୟସ୍ତ କରୁଛି । ଏବିଷୟରେ ଦୈନିକ ମୃତକ ଙ୍କ ସଂଖ୍ୟା ହାରାହାରି ୫ କିମ୍ବା ତଦୁର୍ଦ୍ଧ ରହୁଛି କିନ୍ତୁ ଦୀର୍ଘ ଦିନ ବ୍ୟବଧାନ ପରେ ଗତକାଲି ଜଣକ ମୃତ୍ୟୁ ସୂଚନା ସାମିଲ କରାଯାଇଛି । ସୂଚନାଯୋଗ୍ୟ କି ସ୍ଥାନୀୟ ଶ୍ମଶାନ ରାଜଘାଟ ରେ ଦୈନିକ ଏପରି ମୃତକ ଙ୍କ ଶବସତ୍କାର ହେଉଛି, ଏଣୁ ଯେତେ ଚାପିରଖିବା ପାଇଁ ଚେଷ୍ଟାକଲେ ମଧ୍ୟ ପ୍ରକୃତ ତଥ୍ୟ କୌଣସି ନା କୌଣସି ମତେ ପଦାକୁ ଆସିଯାଉଛି । କହିବା ବାହୁଲ୍ୟ ଯେ ଏ ଦିଗରେ ପ୍ରଶାସନ ର ଶତଚେଷ୍ଟା ବିଫଳ ହେବା ସହିତ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ଆଣିଦେଉଛି ।

hiranchal ad1
Leave A Reply

Your email address will not be published.

seventeen − 4 =