କରୋନା ମୁକାବିଲ ପାଇଁ ୧୭ ଓଏଏସ୍‌ଙ୍କୁ ଦାୟିତ୍ୱ

0 133

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗତ ୫ଦିନ ଧରି ୬ ହଜାର ଉପରେ ରହୁଛି । ଏହା ଉପରକୁ ବଢୁନଥିଲେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢୁଥିବା ୫ଜିଲ୍ଲାପାଇଁ ରାଜ୍ୟ ସରକାର ଆଜି ୧୭ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌)ଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧିନରେ କୋଭିଡ୍ ମୁକାବିଲା ପାଇଁ କାମ କରିବେ । ନୂଆପଡା ଜିଲ୍ଲା ଦାୟିତ୍ୱରେ ୫ଜଣ ଓଏଏସ୍ ଅଛନ୍ତି । ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟା ଲଘୁ ବିକାଶ ଏମ୍‌ଡି ଲକ୍ଷ୍ମିକାନ୍ତ ପ୍ୟାରିଲାଲ, ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଡ. ଚିତ୍ରସେନ୍ ପଶାୟତ, କେବିକେର ଯୁଗ୍ମ ପ୍ରଶାସକ ନୃପରାଜ ସାହୁ, ରାୟଗଡା ଓଏମ୍‌ସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂ ଓ କୋଟପାଡ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଦନ ନୂଆପଡା ଜିଲ୍ଲାରେ କାମ କରିବେ । ସେହିପରି ବଲାଙ୍ଗୀର ଜିଲ୍ଲା କୋଭିଡ୍ ପରିଚାଳନା ଦାୟିତ୍ୱରେ ମହିଳା ଓ ଶିଶୁ ବିକାଶ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଉପସଚିବ ଡ. ଶ୍ୱେତକୁମାର ଦାସ ନିୟୋଜିତ ହେବ । ପଞ୍ଚାୟତିରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ଓ କେନ୍ଦ୍ରାପଡାର ଅତିରିକ୍ତ ପିଡିଡିଆରଡିଏ ମନ୍ଦରଧର ମହାଳିକ ଓ ସର୍ଭେ ଆଣ୍ଡ ମ୍ୟାପ ପବ୍ଲିକେସନ୍‌ର ଯୁଗ୍ମନିର୍ଦ୍ଦେଶକ ଶୁଭାସିଷ ମହନିସିଂହଙ୍କୁ ବରଗଡ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ବିଷିକେସନ ଦେହୁରୀ, ଅନୁଗୁଳ ଉପଜିଲ୍ଲାପାଳ ବାଇପୁରା ଦିପ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧିନରେ କୋଭିଡ୍ ପରିଚାଳନା ଦାୟିତ୍ୱ ତୁଲାଇବେ ।

hiranchal ad1
Leave A Reply

Your email address will not be published.

4 × three =