୧୭ରୁ ୟୁଟ୍ୟୁବରେ ପାଠପଢିବେ ଦଶମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀ

0 126

ଭୁବନେଶ୍ୱର :  କରୋନା କାଳରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷାଦାନ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଛି । ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ପିଲାଙ୍କୁ ୟୁଟୁ୍ୟବରେ ଶିକ୍ଷା ଦାନ କରାଯିବ ।  ଦିନ ୧୦.୩୦ରୁ ଅପରାହ୍ନ ୧ଟା ମଧ୍ୟରେ ପାଠପଢା ହେବ ।  ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି ।  ଆସନ୍ତା ୧୮ରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଅନ୍ୟପକ୍ଷରେ ଜୁନ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।  ଏନେଇ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକଭାବେ କରାଯାଉଛି ।  ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯାଉଛି ।

hiranchal ad1
Leave A Reply

Your email address will not be published.

seventeen + 1 =